କଳାହାଣ୍ଡି,୧୭/୧୦-କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜୀବ ନିଷ୍ଠୁରତା ନିରୋଧ ଆଇନ ଓ ପଶୁକଲ୍ୟାଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇଥିଲେ ! ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡଃ ହେମନ୍ତ କୁମାର ପ୍ରଧାନ ସ୍ଵାଗତ ଅଭିଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଅତିରିକ୍ତ ଜିଲ୍ଲାପ୍ରାଣୀ ଚିକିତ୍ସାଧାରୀ ଡ. ଅଶୋକ ପଣ୍ଡା ରାଜ୍ୟ ସରକାରଙ୍କ ତରଫରୁ ପ୍ରଣୀତ ବିଭିନ୍ନ ଜୀବ କଲ୍ୟାଣ ଯୋଜନା ବିଷୟରେ ବକ୍ତବ୍ୟ ରଖିଥିଲେ । ଡ. କେଦାର ନାଥ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଇ ଅବସରରେ ଭବାନୀପାଟଣା ସହରରେ ବୁଲା ଗାଈଗୋରୁ ଓ ବୁଲା କୁକୁର ସମସ୍ୟାର ସମାଧାନ ପାଇଁ ଆଲୋଚନା କରାଯିବା ସହିତ ସହରରେ ଏକ ଗୋଶାଳା ସ୍ଥାପନ ଦିଗରେ ପ୍ରଶାସନ ଓ ପ୍ରାଣୀ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା ।