Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କରାଟିକିଲି ଗାଁରେ ଟ୍ରାକ୍ଟର ଧକ୍କାରେ ୬ ଯୁବକ ଗୁରୁତର

କଳାହାଣ୍ଡି,୧୭/୨୦-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କରାଟିକିଲି ଗାଁରେ ଏକ ଟ୍ରାକ୍ଟର ଧକ୍କାରେ ଦୁଇଟି ବାଇକରେ ଯାଉଥିବା ୬ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାରେ ସେହି ଗାଁର ଟୁନା ନାଗଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଟିକେ ମାଝି, ଟୁନା ନାଏକ, ରନ୍ ରଣା, କିନ୍ତୁ କାଣ୍ଡ, ଶୁଭଲାଲ ଭୋଇ ଗୁରୁତର ଆହତ ହୋଇଛନ୍ତି। ଗତରାତିରେ କରାଟିକିଲି ଗାଁର ୬ଜଣ ଯୁବକ ଦୁଇଟି ବାଇକରେ ଯାଉଥିବାବେଳେ ସମ୍ମୁଖରୁ ଆସୁଥିବା ଏକ ଟ୍ରାକ୍ଟର ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଏଥିରେ ସମସ୍ତେ ଗୁରୁତର ହୋଇଥିଲେ। ଗ୍ରାମବାସୀ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିବାବେଳେ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ