କଳାହାଣ୍ଡି,୧୮/୧୦-ଆସନ୍ତା ନଭେମ୍ବର ୧ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା / ଗଠନ ଦିବସ ପାଳନ ପାଇଁ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରାଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, ବୁଦ୍ଧିଜୀବୀ ନାଗରିକଗଣ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ l ତେବେ ନଭେମ୍ବର ୧ ତାରିଖ ଜିଲ୍ଲା ଗଠନ ଦିବସକୁ ସ୍ମରଣୀୟ କରିବା ପାଇଁ ଏଇ ଦିନକୁ ‘କଲାହାଣ୍ଡି ଦିନ୍’ ଭାବେ ଘୋଷଣା କରିବାକୁ ନେଇ ଏବେ ଦାବି ଉଠୁଛି ! ଏନେଇ ଯୁବ ସାମ୍ବାଦିକ ଓ ସମାଜସେବୀ ସୁଶୀଲ କୁମାର ବାଗ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାର ଜନପ୍ରତିନିଧିମାନଙ୍କ ଆଗରେ ପ୍ରସ୍ତାବ ରଖିଥିବାବେଳେ ପ୍ରସ୍ତାବ ପ୍ରତି ଜନସମର୍ଥନ ପ୍ରକାଶ ପାଇଛି ! ‘ସମ୍ବଲପୁରୀ ଦିନ୍’ ଭଳି ‘କଲାହାଣ୍ଡି ଦିନ୍’ ପାଳନ କରାଗଲେ ଏ ଜିଲ୍ଲାର ପ୍ରାଚୁର୍ଯ୍ୟମୟ ଐତିହ୍ୟ, ଲୋକ କଳା, ସଂସ୍କ୍ରୁତି ଓ ଗୌରବମୟ ଇତିହାସ ସଂପର୍କରେ ପ୍ରଚାର ପ୍ରସାର ହୋଇପାରିବ ଏବଂ ପ୍ରତିଟି ଜନମାନସରେ ପହଞ୍ଚିପାରିବ ବୋଲି ଶ୍ରୀ ବାଗ ମତ ଦେଇଛନ୍ତି !