Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଜା ହସ୍ପିଟାଲ ଉପରେ ଆକ୍ରମଣ, ୫୦୦ ମୃତ, ରୁଷର ଦାବି-ଇସ୍ରାଏଲ ପ୍ରମାଣ ଦେଉ

ନୂଆଦିଲ୍ଲୀ: ଗାଜାର ଅଲ ଅହଲୀ ହସ୍ପିଟାଲରେ କଥିତ ଭାବେ ଇସ୍ରାଏଲର ଆକ୍ରମଣରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଅନେକ ମୁସଲିମ ଦେଶ ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ଦାୟୀ କରିଛନ୍ତି। କିନ୍ତୁ ଇସ୍ରାଏଲ ଏହି ଆକ୍ରମଣରେ ତାର ସଂପୃକ୍ତିକୁ ଖଣ୍ଡନ କରିଛି। ରୁଷ ଏହାକୁ ନେଇ ଇସ୍ରାଏଲଠୁ ପ୍ରମାଣ ମାଗିଛି।

ଇସ୍ରାଏଲ ଏହି ଆକ୍ରମଣ ପାଇଁ ପାଲେଷ୍ଟାଇନର ଇସଲାମୀ ଜିହାଦୀ ସଂଗଠନକୁ ଦାୟୀ କରିଛି। ଇସ୍ରାଏଲୀ ଡିଫେନ୍ସ ଫୋର୍ସ ଏକ୍ସରେ ଲେଖିଛନ୍ତି, ଆଇଡିଏଫର ବିଶ୍ଳେଷଣ ପରେ ଆମକୁ ଜଣା ପଡ଼ିଛି ଯେ ଇସ୍ରାଏଲ ପକ୍ଷରୁ ଏକ ବ୍ୟାରେଜ ଲଞ୍ଚ କରାଯାଇଥିଲା, ଯାହା ଗାଜାର ହସ୍ପିଟାଲ ଆଖପାଖ ଅଞ୍ଚଳ ଦେଇ ଗତି କରିଥିଲା। କିନ୍ତୁ ଏହି ରକେଟ୍ ନଷ୍ଟ କରି ଦିଆଯାଇଥିଲା। ଆମ ପାଖରେ ଥିବା ଗୁଇନ୍ଦା ତଥ୍ୟ ଅନୁସାରେ ଇସଲାମିକ ଜିହାଦ ଆତଙ୍କବାଦୀ ସଂଗଠନ ହସ୍ପିଟାଲରେ ରକେଟ୍ ଆକ୍ରମଣ ପାଇଁ ଦାୟୀ। ଏହି ସଂଗଠନ ହିଁ ହସ୍ପିଟାଲ୍ ଉଡ଼ାଇଛି। ହମାସର ରକେଟ୍ ମିସ ଫାୟାର ହୋଇ ହସ୍ପିଟାଲ୍ ଉପରେ ପଡ଼ିଥିଲା।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି, ପୂରା ଦୁନିଆ ଜାଣିବା ଉଚିତ୍ ଯେ, ଗାଜାରେ ହୋଇଥିବା ଏହି ଆକ୍ରମଣରେ ବର୍ବର ଆତଙ୍କବାଦୀ ସଂପୃକ୍ତ। ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜା ହସ୍ପିଟାଲ୍ ଉପରେ କୌଣସି ପ୍ରକାରର ଆକ୍ରମଣ କରି ନାହାନ୍ତି। ଯେଉଁମାନେ ଆମ ପିଲାଙ୍କୁ ମାରିଥିଲେ, ଏବେ ସେମାନେ ନିଜ ପିଲାଙ୍କୁ ମାରୁଛନ୍ତି।

ଏହି ଘଟଣାରେ ସମଗ୍ର ବିଶ୍ଵରେ ନିନ୍ଦା କରାଯାଇଛି। ରୁଷ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛି। ରୁଷ କହିଛି ଏହି ଘଟଣା ଅତ୍ୟନ୍ତ ବର୍ବରଚିତୋଓ ଜଘନ୍ୟ ଯଦି ଇସ୍ରାଏଲର ଏଥିରେ ସଂପୃକ୍ତି ନାହିଁ ତେବେ ସାଟେଲାଇଟ୍ ଇମେଜ୍ ଜାରି କରୁ। ହସ୍ପିଟାଲ୍ ଉପରେ ଆକ୍ରମଣ ନିଶ୍ଚିତ ରୂପେ ଚିନ୍ତାଜନକ ବିଷୟ। ଏହି ଆକ୍ରମଣକୁ ପାଲେଷ୍ଟାଇନ ରାଷ୍ଟ୍ରପତି, ଜୋର୍ଡାନ ସହ ଅନେକ ଦେଶର ରାଷ୍ଟ୍ର ମୁଖ୍ୟ ନିନ୍ଦା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ