Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୮/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ଆଜି ଶିଶୁ ମାନଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରି ଆସୁଥିବା ସତ୍ୟାର୍ଥୀ ଚିଲ୍ଡରେନ ଫାଉଣ୍ଡେସନ , ସିସିଡ଼ି: ଏବଂ ଏକତା ଅନୁଷ୍ଠାନ ମାନଙ୍କ ମିଳିତ ଆନୁକୁଲ୍ୟ’ରେ ଗଜପତିଜଲ୍ଲାପ୍ରଶାସନର ସହଯୋଗରେ ଜିଲ୍ଲାସ୍ତରୀୟ ବାଲ୍ୟ-ବିବାହ ମୁକ୍ତ ଭାରତ ଗଠନ ସମ୍ପର୍କିତ ଏକ ସଚେତନତା ସଭା ଓ ନାବାଳିକା ମାନଙ୍କ ଦ୍ଵାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ସି.ସି.ଡି ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ କୁମାର ପ୍ରଧାନ’ଙ୍କ ସଂଯୋଜନା’ରେ ଏହି କାର୍ଯ୍ୟକ୍ରମ’ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରେନ୍ଦ୍ର କୁମାର ଦାସ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଯୋଗଦେଇ ସାମାଜିକ ଜାଗରଣ ଏବଂ ସାମାଜିକ ଅଧିକାର ସାବ୍ୟସ୍ତ କରିବା ଦିଗରେ ଶିକ୍ଷା ହେଉଛି ଅମୋଘ ଆୟୁଧ । ଅ-ଶିକ୍ଷା’ର ତିମିର ଭିତରେ ରହିଲେ ଆମେ ଅତ୍ୟନ୍ତ ଖରାପ ଅବସ୍ଥାକୁ ଗତି କରିବା । ଶିଶୁ ମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ଅଧିକାର’ରୁ ସେମାନଙ୍କୁ ବଞ୍ଚିତ ନ ହେବା ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ୍ । ବାଲ୍ୟ ବିବାହ’ର ଭବିଷ୍ୟତ କୁ ପରିଣାମ ସମ୍ପର୍କରେ କହି ଏ ଦିଗରେ ରହିଥିବା ଆଇନ’କୁ କଡାକଡି ଭାବେ ପ୍ରଣୟନ କରିବାକୁ ହେବ , କାରଣ ଆଇନ’ର ଡର ନ ରହିଲେ ଲୋକମାନେ ବିଭିନ୍ନ ପ୍ରକାର’ର ଅନୈତିକ କାର୍ଯ୍ୟ କରି ଚାଲିବେ ତେଣୁ ବାଲ୍ୟ ବିବାହ ହେଉଥିବା ଖବର ଜାଣିଲେ ତୁରନ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟିକୁଆନାଜିବା ପାଇଁ ଉପସ୍ଥିତ ସମସ୍ତ’ଙ୍କୁ ଆହ୍ବାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ଏକତା ଅନୁଷ୍ଠାନ’ର ସମ୍ପାଦକ ଶ୍ରୀ ଦୁର୍ଗା ପ୍ରସାଦ ମହାନ୍ତି , ଗଜପତି ଜିଲ୍ଲା ଶିଶୁ କଲ୍ୟାଣ ସମିତି’ର ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ ମହାପାତ୍ର ଏବଂ ଏଡ଼ଭୋକେଟ ଶ୍ରୀ ଜୋନାଥାଲ ଲିମା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କ ସୁରକ୍ଷା ଓ ଅଧିକାର ସମେତ ବାଲ୍ୟ ବିବାହ’ର କୁ ପରିଣାମ , ଦଣ୍ଡବିଧାନ , ଶିଶୁ ଚାଲାଣ ଓ ଶିଶୁ ନିର୍ଯ୍ୟାତନା ପ୍ରଭୃତି’ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ଏହି ଅବସର’ରେ ବିଭିନ୍ନ ସ୍ତରରୁ ଆସିଥିବା ନାବାଳିକା ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ’ରେ ଅଭିନୟ ଓ ନୃତ୍ୟ ପରିବେଷଣ କରିଥିଲେ ।ବିଭିନ୍ନ ବ୍ଳକାଞ୍ଚଳ , ବିଦ୍ୟାଳୟ ଓ ମହାବିଦ୍ୟାଳୟ’ର ଛାତ୍ର ଛାତ୍ରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ