Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଦୁଇ ଦିନିଆ କେନ୍ଦ୍ରୀୟ ଯୋଜନା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

ପାରଳାଖେମୁଣ୍ଡି;୧୮/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)
ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର କାର୍ଯ୍ୟାଳୟ ବ୍ରହ୍ମପୁର ଶାଖା ତରଫରୁ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଗତ ଦୁଇ ଦିନ ତଥା ୧୬ ଏବଂ ୧୭ ତାରିଖ ଧରି ଚାଲିଥିବା କେନ୍ଦ୍ର ସରକାରଙ୍କ ଗତ ୦୯ ବର୍ଷ ର ସେବା, ସୁଶାସନ ଓ ଗରିବ କଲ୍ୟାଣ ଯୋଜନା ଏବଂ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ମିଶନ ଲାଇଫ୍ ଶୀର୍ଷକ ଏକ ଜନ ସଚେତନତା ଓ ଫଟୋ ଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ସଫଳତା ର ସହ ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମ ର ପ୍ରଥମ ଦିନ ରେ ଆୟୋଜିତ ଏକ ବିଶାଳ ସଚେତନତା ସୃଷ୍ଟିକାରୀ ପଦଯାତ୍ରା କୁ ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀ କେ.ନାରାୟଣ ରାଓ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଏହା ପାରଳାଖେମୁଣ୍ଡି ସହରର ମୁଖ୍ୟ ବଜାର ଛକ ଠାରୁ ଗଜପତି ପ୍ରାସାଦ ନିକଟସ୍ଥ ପ୍ରଦର୍ଶନୀ ସ୍ଥଳ ପର୍ଯ୍ୟନ୍ତ ଶୋଭାଯାତ୍ରାରେ କରିଥିଲା । ଏହି ପଦଯାତ୍ରା କୁ ଭାରତ ସରକାରଙ୍କ ବ୍ରହ୍ମପୁର କ୍ଷେତ୍ର ପ୍ରଚାର ଅଧିକାରୀ ମନମୋହନ ପାଢ଼ୀ ସଂଚାଳନା କରିଥିଲେ । ଏହା ପରେ ମାନ୍ୟବର ବିଧାୟକ ମହୋଦୟ ଫଟୋଚିତ୍ର ପ୍ରଦର୍ଶନୀକୁ ଏବଂ ସଚେତନତା କର୍ମଶାଳା କୁ ପ୍ରଦୀପ ପଜ୍ଵଳନ କରି ଉଦ୍ଘାଟନ କରିଥିଲେ ଏବଂ ଏବଂ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଥିଲେ ।ପ୍ରଥମ ଦିନର କର୍ମଶାଳା ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜଂଗଲ ଓ ପରିବେଶ କାର୍ଯ୍ୟାଳୟ ର ଅତିରିକ୍ତ ବଣ ସଂରକ୍ଷକ ଅଧିକାରୀ ଅନୁପ କୁମାର ବେହେରା ଏବଂ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନାଚାରଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଯୋଗଦେଇ କେନ୍ଦ୍ର ସରକାରଙ୍କ ଗତ ୦୯ ବର୍ଷ ସେବ ସୁଶାସନ ଓ ଗରୀବ କଲ୍ୟାଣ ଯୋଜନା ଏବଂ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ଗଞ୍ଜାମ-ଗଜପତି ଜିଲ୍ଲା ର କ୍ଷେତ୍ର ପ୍ରଚାର ଅଧିକାରୀ ମନମୋହନ ପାଢ଼ୀ ସମସ୍ତଙ୍କ ସ୍ଵାଗତ କରିବା ସହ ଏଭଳି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ପରେ ବିଭାଗୀୟ କଳାକାର ଏବଂ ସ୍ଥାନୀୟ ପଦାମୃତ ନୃତ୍ୟ ଅନୁଷ୍ଠାନ ର କଳାକାର ମାନେ ଉପସ୍ଥିତ ଲୋକମାନଙ୍କ ମନୋରଞ୍ଜନ ପାଇଁ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ । ଠିକ୍ ସେହିପରି କାର୍ଯ୍ୟକ୍ରମର ଦ୍ବିତୀୟ ତଥା ଉଦଯାପନୀ ଦିନରେ ଆୟୋଜନ ଆଲୋଚନାଚକ୍ର ରେ ରାଷ୍ଟ୍ରପତି ପଦକ ପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ ଶ୍ରୀ ବିନୋଦ ଚନ୍ଦ୍ର ଜେନା, ବିଶିଷ୍ଟ ଗବେଷକ ତଥା ଅବସରପ୍ରାପ୍ତ ରାଜସ୍ବ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ର ସଭ୍ୟ ଶ୍ରୀ ବିଚିତ୍ରାନନ୍ଦ ଵେଵୋର୍ତା ପ୍ରମୁଖ ଯୋଗଦାନ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଏବଂ ପରିବେଶ ସୁରକ୍ଷା ଉପରେ ନିଜର ମନ୍ତବ୍ୟ ପ୍ରଦାନ କରି ଥିଲେ ପରେ ଏହି ଅବସରରେ ଅନୁଷ୍ଠିତ ଅଖାଣ୍ଡିଆ,ଦଉଡ଼ି ଟାଣିବା ଏବଂ ମ୍ୟୁଜିକଲ ଚୈର ଭଳି ପାରମ୍ପରିକ ଖେଳ ପ୍ରତିଯୋଗିତା ର ବିଜେତା ମାନଙ୍କୁ ମେଧାବୀ ପ୍ରମାଣ ପତ୍ର ଓ ପୁରସ୍କାର କ୍ଷେତ୍ର ପ୍ରଚାର କାର୍ଯ୍ୟାଳୟ ତରଫରୁ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ବିଭାଗୀୟ କଳାକାର ମାନଙ୍କ ଦ୍ବାରା କୁଣ୍ଢେଇ ନାଚ,କାଲାଘୁଡୁକି , ଦେଶାତ୍ମବୋଧକ ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା ତା ସହିତ ସ୍ଥାନୀୟ ସମଲେଇ ନୃତ୍ୟ କଳା ପରିଷଦ ଏବଂ ମିରାକେଲ ଷ୍ଟୁଡିଓ ର କୁନି କୁନି କଳାକାର ଏବଂ ବରିଷ୍ଠ ବାଳିକା କଳାକାର ମାନେ ସମ୍ବଲପୁରୀ ଏବଂ ଆଧୁନିକ ନୃତ୍ୟମାନ ପ୍ରତିଭାଗି ମାନଙ୍କ ମନୋରଞ୍ଜନ ପାଇଁ ଆକର୍ଷଣୀୟ ପରିବେଷଣ କରିଥିଲେ ଶେଷରେ କ୍ଷେତ୍ର ପ୍ରଚାର ଅଧିକାରୀ ମନମୋହନ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ଏହି ଦୁଇ ଦିନିଆ କେନ୍ଦ୍ରୀୟ ଯୋଜନା ସଚେତନତା କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡି ସହରର ବିଭିନ୍ନ ବର୍ଗ ର ଶହଶହ ଲୋକ ଅତି ଉତ୍କଣ୍ଠାର ସହିତ ଯୋଗାଯୋଗ ଦେଇ ଥିଲେ । କାର୍ଯ୍ୟକ୍ରମ ରେ ନୃତ୍ୟ ପରିବେଷଣ କରିଥିବା କଳାକାର ଓ ସେମାନଙ୍କ ଅନୁଷ୍ଠାନ ଗୁଡ଼ିକୁ ପ୍ରମାଣପତ୍ର ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ପ୍ରଚାର ପତ୍ରମାନ ପ୍ରଦର୍ଶନୀ ସ୍ଥଳ ଆସୁଥିବା ଲୋକମାନଙ୍କୁ ବଣ୍ଟନ କରାଯାଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ