Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ମୋହନା ବ୍ଲକରେ ନୂତନ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ

ପାରଳାଖେମୁଣ୍ଡି:୧୯/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି ନୂତନ ଗୋଷ୍ଟି ଉନ୍ନୟନ ଅଧିକାରୀ ହଳଧର ଶବର(ଓଏଏସ) ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, ଚିକିଟି ସମେତ ଏକାଧିକ ବ୍ଲକ ରେ କାର୍ଯ କରି ସୁନାମ ଅର୍ଜନ କରିଛନ୍ତି। ସେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକୁ ସଠିକ ସମୟରେ ସମ୍ପନ୍ନ କରି ଲୋକଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ସେହିପରି ଗଜପତି ଜିଲ୍ଲା ର ସର୍ବ ବୃହତ୍ତମ ବ୍ଲକ ମୋହନାରେ ନିଯୁକ୍ତ ହୋଇ ପୂର୍ବ ଭଳି ଗରିବ ଖଟିଖିଆ ପୀଡ଼ିତ ଆଦିବାସୀ ଜନସାଧାରଣଙ୍କ କାର୍ଯ୍ୟ କରିବେ ବୋଲି ମୋହନା ବ୍ଲକ ବସୀ ଆଶା ରଖିଛନ୍ତି। ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ଯୋଗୁଁ ଲୋକଙ୍କ ଆଶାକୁ ଅଗ୍ରାଧିକାର ଦେଇ ଉନ୍ନୟନ ମୂଳକ କାର୍ଯ୍ୟ କରିବେ ବୋଲି ଏ ଅଞ୍ଚଳର ଜନସାଧାରଣ ଆଶା ରଖିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ