Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ନିର୍ମାଣ ଦାବିରେ ମୋହନା ବ୍ଲକ ଘେରିଲେ ଚାରି ପଞ୍ଚାୟତ ବାସୀ

ମୋହନା, ୧୯/ ୧୦ ରାସ୍ତା ନିର୍ମାଣ ଦାବିରେ ଗଜପତି ଜିଲ୍ଲାର ମୋହନା ବ୍ଲକ କାର୍ଯ୍ୟାଳୟ ଘେରିଲେ ଚାରି ପଞ୍ଚାୟତ ବାସୀ l ଯୁବ, ଅନ୍ତରବା, କର୍ଚ୍ଚବାଡ଼ି ଏବଂ ବଡ଼ସିନ୍ଧବା ପଞ୍ଚାୟତ ର ଶତାଧିକ ଜନସାଧାରଣ ମୋହନା ବ୍ଲକ ଏବଂ ଗ୍ରାମ୍ୟ ନିର୍ମାଣ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି l ସୂଚନା ଯୋଗ୍ୟ ଯେ ଦୀର୍ଘ ଦିନ ଧରି ଲୋକେ ପୂର୍ତ୍ତ ବିଭାଗ ରାସ୍ତା ରୁ ଉକ୍ତ ଅଞ୍ଚଳ ଗୁଡ଼ିକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ପକ୍କା ରାସ୍ତା ଟିଏ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି କିନ୍ତୁ ପ୍ରଶାସନିକ ସ୍ତର ରେ ଲୋକ ଙ୍କ ଦାବିପ୍ରତି ଧ୍ୟାନ ଦିଆଯାଉନାହିଁ l ଫଳରେ ଖାଲଖମା ରାସ୍ତା ରେ ପ୍ରତ୍ୟେକ ଦିନ ଯାତାୟତ ବେଳେ ଲୋକେ ଦୁର୍ଘଟଣା ର ଶିକାର ହେବା ସହ ଆହତ ମଧ୍ୟ ହୋଇଥାନ୍ତି l ଉକ୍ତ ରାସ୍ତା ରେ କୌଣସି ଗାଡି ମୋଟର ଯାଇ ପାରୁନଥିବା ବେଳେ ଲୋକେ ବିଭିନ୍ନ ସରକାରୀ ଯୋଜନା ରୁ ମଧ୍ୟ ବଞ୍ଚିତ ରହିଥାନ୍ତି l ତେଣୁ ଶତାଧିକ ଲୋକ ହାଇସ୍କୁଲ ଛକ ରୁ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ ସେଠାରେ ବିଡ଼ିଓ ତପସ୍ୱିନୀ ହାଂସଦ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ, ପରେ ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଉମା ଶଙ୍କର ମଲ୍ଲିକ ଙ୍କୁ ମଧ୍ୟ ଏକ ଦାବି ପତ୍ର ପ୍ରଦାନ କରିଥିଲେ l ଅତିଶୀଘ୍ର ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି l ଏହି ଘେରାଉ ରେ ନିର୍ବାଚିତ ଜନପ୍ରତିନିଧି, ମହିଳା ସଙ୍ଘ, ଆଶା ଅଙ୍ଗନୱାଡି କର୍ମୀ ଙ୍କ ସମେତ ଚାରୋଟି ପଞ୍ଚାୟତ ର ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ