କଳାହାଣ୍ଡି,୧୯/୧୦-ଲାଞ୍ଜିଗଡ଼ରେ ଜେଏମ୍ଏଫସି କୋର୍ଟ ସ୍ଥାପନ, ପ୍ରସ୍ତାବିତ ଆଇଟିଆଇ ସ୍ଥାପନ ଓ ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବିରେ ଏକ ଶୋଭାଯାତ୍ରା ଓ ଜନସଭା ଅନୁଷ୍ଠିତ ହୋଇଯାଇଛି ! ବରିଷ୍ଠ ନାଗରିକ ଉଦୟ କୁମାର, ନିରଞ୍ଜନ ଆଚାର୍ଯ୍ୟ, ଅର୍ଜୁନ ଚଣ୍ଡୀ, ପଦ୍ମନାଭ ଚୌଧୁରୀଙ୍କ ନେତ୍ରୁତ୍ବରେ ଅନୁଷ୍ଠିତ ଏଇ ଶୋଭାଯାତ୍ରା ଓ ଜନସଭାରେ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଭାଲଚନ୍ଦ୍ର ଷଡ଼ଙ୍ଗୀ, ବିଜୟ କୁମାର ପରିଡା, ପୁରନ୍ଦର ଦଣ୍ଡସେନା, ରାଜେନ୍ଦ୍ର ନାଏକ ପ୍ରମୁଖ ଯୋଗ ଦେଇଥିଲେ ! ଜନସଭା ପୂର୍ବରୁ ଶତାଧିକ ମହିଳା, ପୁରୁଷଙ୍କୁ ନେଇ ଏକ ଶୋଭାଯାତ୍ରା ଲାଞ୍ଜିଗଡ଼ ରାଜାପଡ଼ାରୁ ବାହାରି ଲାଞ୍ଜିଗଡ଼ ଥାନା ଦେଇ ସଭାସ୍ଥଳ ବଜାରପଡ଼ିଆ ଯାଏଁ ଯାଇଥିଲା ! ଏଇ ଅବସରରେ ଏକ ଦାବିପତ୍ର ଲାଞ୍ଜିଗଡ଼ ଥାନାଧିକାରୀଙ୍କ ଜରିଆରେ ପ୍ରଶାସନକୁ ଦିଆଯାଇଥିଲା !