Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଛତିଶଗଡ଼ ବିଧାନସଭା ନିର୍ବାଚନ, ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶାରୁ ତିନି ନେତା 

ଭୁବନେଶ୍ଵର: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ। ଏହିକ୍ରମରେ କଂଗ୍ରେସ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏଥିରେ ଓଡ଼ିଶାର ତିନି ଜଣ ନେତାଙ୍କୁ ସାମିଲ୍ କରାଯାଇଛି। ଓଡ଼ିଶାର ପିସିସି ସଭାପତି ଶରତ ପଟ୍ଟନାୟକ,ଏଆଇସିସି ପ୍ରଭାରୀ ଭକ୍ତ ଚରଣ ଦାସ ଓ ଏଆଇସିସି ସମ୍ପାଦକ ତଥା ସାଂସଦ ସପ୍ତଗିରି ଉଲାକାଙ୍କୁ ଏଆଇସିସି ତାଲିକାରେ ସ୍ଥାନ ଦେଇଛି।

ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଘୋଷିତ ଷ୍ଟାର ​​ପ୍ରଚାରକ ତାଲିକାରେ ବରିଷ୍ଠ କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନା ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କୁମାରୀ ସେଲଜା, ଅଜୟ ମାକେନ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଉପମୁଖ୍ୟମନ୍ତ୍ରୀ ଟି ସିଂଦେଓ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ପ୍ରମୁଖ ସାମିଲ୍।

ସୂଚନାଯୋଗ୍ୟ, ନଭେମ୍ବର ୭ ଏବଂ  ୧୭ ତାରିଖରେ ଛତିଶଗଡ଼ରେ ମତଦାନ ଥିବା ବେଳେ  ଡିସେମ୍ବର ୩ରେ ଭୋଟ୍ ଗଣନା ହେବ। ବର୍ତ୍ତମାନ ରାଜ୍ୟରେ କଂଗ୍ରେସ ସରକାରରେ ଥିବା ବେଳେ ପୁନର୍ବାର କ୍ଷମତା ଦଖଲ କରିବାକୁ ଅଣ୍ଟା ଭିଡିଛି। ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵୀତା ହେବାକୁ ଯାଉଛି।