Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଷାକ୍ତ ବାୟୁର ହାହାକାର, ଦିଲ୍ଲୀରେ ୩୦୫ ତ ମୁମ୍ବାଇରେ ୧୭୬ରେ ପହଞ୍ଚିଲା ଏକ୍ୟୁଆଇ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ଦୀପାବଳି। ଆଉ ରାଜଧାନୀ ଦିଲ୍ଲୀର ବାୟୁ ବିଷାକ୍ତ ହେବାରେ ଲାଗିଛି। ସୋମବାର ଏକ୍ୟୁଆଇ ଅର୍ଥାତ ଏୟାର କ୍ଵାଲିଟି ଇଣ୍ଡେକ୍ସ ୩୦୦ ଅତିକ୍ରମ କରି ସାରିଛି। କେବଳ ଦିଲ୍ଲୀ ନୁହେଁ ଦେଶର ମୁମ୍ବାଇ, ଅହମ୍ମଦାବାଦ ସମେତ ଭାରତର ଅନେକ ବଡ଼ ସହରରେ ମଧ୍ୟ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। । ଏହି ସହରଗୁଡ଼ିକରେ ନିଃଶ୍ଵାସ ନେବା ମୁସ୍କିଲ ହୋଇଗଲାଣି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୋମବାର ସକାଳ ୧୧ଟାରେ ଜାରି ତଥ୍ୟ ଅନୁସାରେ ଦିଲ୍ଲୀର ଏକ୍ୟୁଆଇ ୩୦୫ ରହିଛି। ଏଠାରେ ବଭାନାରେ ଏକ୍ୟୁଆଇ ୩୩୫, ଅଲିପୁରରେ ୨୭୮, ଆଇଜିଆଇ ଏୟାରପୋର୍ଟ ଟର୍ମିନାଲ ୩ରେ ୨୯୦, ଜାହାଙ୍ଗିରପୁରୀରେ ୩୪୭, ଡିଟିୟୁରେ ୨୨୪, ଆଇଟିଓରେ ୩୧୭, ନଜଫଗଡ଼ରେ ୨୫୬, ନ୍ୟୁ ମୋତି ବାଗରେ ୩୫୬, ପଞ୍ଜାବୀ ବାଗରେ ୩୨୫ ରହିଛି।

ଗୁଜରାଟର ପ୍ରମୁଖ ସହର ଅହମ୍ମଦାବାଦରେ ମଧ୍ୟ ବାୟୁର ଗୁଣବତ୍ତା ୧୨୭ ରହିଛି। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ୍ୟୁଆଇ ୯୩, ତାମିଲନାଡ଼ୁର ରାଜଧାନୀ ଚେନ୍ନାଇରେ ୧୦୨, ହାଇଦ୍ରାବାଦରେ ୯୨, ମୁମ୍ବାଇରେ ୧୭୬, ପୁଣେରେ ୧୪୬, ଜୟପୁରରେ ୧୨୨ ଓ ବିହାର ରାଜଧାନୀ ପାଟନାରେ ଏକ୍ୟୁଆଇ ୧୫୩ ରହିଛି।

ମଧ୍ୟପ୍ରଦେଶର ଇନ୍ଦୋରରରେ ବାୟୁଗୁଣବତ୍ତାମାନ ୧୪୪ ରହିଛି। ଛତିଶଗଡ଼ର ରାଜଧାନୀ ରାୟପୁରରେ ଏକ୍ୟୁଆଇ ୧୧୯ ରହିଛି। ୦-୫୦ ମଧ୍ୟରେ ସୂଚକାଙ୍କକୁ ଭଲ, ୫୧-୧୦୦ ମଧ୍ୟରେ ସନ୍ତୋଷଜନକ, ୧୦୧-୨୦୦ ମଧ୍ୟରେ ମଧ୍ୟମ, ୨୦୧ରୁ ୩୦୦ ମଧ୍ୟରେ ଖରାପ, ୩୦୧ରୁ ୪୦୦ ମଧ୍ୟରେ ବହୁତ ଖରାପ ଓ ୪୦୧-୫୦୦ ମଧ୍ୟରେ ଗମ୍ଭୀର କୁହାଯାଏ।