Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇସ୍ରାଏଲ-ହମାସ ଲଢେଇ ମଝିରେ ସିରିୟା ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍

ଓ୍ଵାଶିଂଟନ: ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଥିବା ବେଳେ ଆମେରିକା ସିରିୟା ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଆମେରିକାର ସୈନ୍ୟ ବିମାନ ପୂର୍ବ ସିରିୟାରେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଉପରେ ଆକ୍ରମଣ କରିଛି। ଏହି ଆତଙ୍କୀ ଗୋଷ୍ଠୀ ନିକଟରେ ଇରାକ ଓ ସିରିୟାରେ ଆମେରିକା ସୈନିକଙ୍କ ଉପରେ ଏକାଧିକ ଥର ରକେଟ୍ ଓ ଡ୍ରୋନ ଆକ୍ରମଣ କରିଥିଲେ। ପେଣ୍ଟାଗନର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ୨୦ରୁ ଅଧିକ ଆମେରିକୀୟ ସୈନିକ ଆହତ ହୋଇଥିଲେ। ସିରିୟା ଉପରେ ଏୟାର ଷ୍ଟ୍ରାଇକ ଉକ୍ତ ଆକ୍ରମଣର ପ୍ରତିଜବାବ ବୋଲି ଆମେରିକା କହିଛି।

ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ କହିଛନ୍ତି, ଆଜି ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶକ୍ରମେ ଆମେରିକା ସୈନ୍ୟ ବଳ ପୂର୍ବ ସିରିୟାରେ ଇରାନର ଇସଲାମିକ ରିଭ୍ୟୁଲୁସନାରୀ ଗାର୍ଡ କର୍ପ୍ସ(ଆଇଆରଜିସି) ଓ ଏଥିରେ ଜଡ଼ିତ ଗୋଷ୍ଠୀର ଠିକଣା ଉପରେ ଆକ୍ରମଣ କରିଛି। ଅକ୍ଟୋବର ୧୭ରେ ଆରମ୍ଭ ହୋଇଥିବା ଇରାନ ସମର୍ଥିତ ମିଲିସିଆ ଗ୍ରୁପ ଦ୍ଵାରା ଆମେରିକା ସୈନିକଙ୍କ ବିରୋଧରେ ଚାଲିଥିବା ହମଲାର ଏହା ହେଉଛି ପ୍ରତିଜବାବ।

ସେ କହିଛନ୍ତି, ଆମେରିକା ପାଇଁ ଆମେରିକୀୟ ସୈନିକଙ୍କ ସୁରକ୍ଷାଠୁ ବଳି ଆଉ କିଛି ନାହିଁ। ଆଜିର କାର୍ଯ୍ୟାନୁଷ୍ଠାନରେ ଏହା ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଉଛି ଯେ, ଆମେରିକା ଏମିତି ଆକ୍ରମଣକୁ କଦାପି ବରଦାସ୍ତ କରିବ ନାହିଁ। ନିଜ ସୈନିକ ଏବଂ ନିଜ ହିତର ରକ୍ଷା କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ