Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ଼ ପ୍ରେସ୍ କ୍ଲବ ପକ୍ଷରୁ ନୂଆ ବିଡିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

କଳାହାଣ୍ଡି,୨୭/୧୦-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ନୂଆ ବିଡିଓ ଭାବେ ଯୋଗ ଦେଇଛନ୍ତି ୨୦୧୨ ବ୍ୟାଚ୍ ର ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶଶାଙ୍କ ପାତ୍ର ! ଏହା ପୂର୍ବରୁ ସେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବିଡିଓ ଭାବେ କାର୍ଯ୍ୟରତ ଥିଲେ ! ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକକୁ ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ନୂତନ ଭାବେ ଶ୍ରୀ ପାତ୍ର ଯୋଗ ଦେଇଥିବା ଜଣାପଡ଼ିଛି ! ସେ ଯୋଗଦେବା ପରେ ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡ଼ିଶାର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ଼ ପ୍ରେସ୍ କ୍ଲବର କର୍ମକର୍ତ୍ତାମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ! ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁ, ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, ଉପ ସଭାପତି କ୍ଷମାନିଧି ମହାକୁଡ଼, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସଦସ୍ୟ ଏମ୍. ଚନ୍ଦ୍ରଶେଖର, ଧର୍ମେନ୍ଦ୍ର ପଣ୍ଡା, ରମେଶ ଚନ୍ଦ୍ର ନାୟକ, ଆଶୁତୋଷ ପୁରୋହିତ ପ୍ରମୁଖ ନୂଆ ବିଡିଓଙ୍କୁ ସ୍ବାଗତ ଜଣାଇବା ସହିତ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ସମାଧାନ ପାଇଁ ପଦକ୍ଷେପ ନେବାକୁ ଦ୍ରୁଷ୍ଟି ଆକର୍ଷଣ କରିଥିଲେ ! ସେହିପରି ଲାଞ୍ଜିଗଡ଼ ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ତାପସ କୁମାର ସାହୁ, ପ୍ରମୋଦ କୁମାର ସାହୁ, ସାଧୁରାମ ସାହୁ, ରୂପାଧର ଧରୁଆ, ଭୁବନେଶ୍ବର ସିଂହ, ଯଦୁମଣି ନାଏକ, ଡମ୍ବରୁଧର ସେନାପତି, ଭୀଷ୍ମ ନାଏକ, ପ୍ୟାରୀଲାଲ ମାଝୀ ପ୍ରମୁଖ ବିଡିଓ ଶ୍ରୀ ପାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ