Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେରଳର ଏକ ଚର୍ଚ୍ଚରେ ସିରିୟଲ ବିସ୍ଫୋରଣ, ଘଟଣାସ୍ଥଳକୁ ବାହାରିଲେ ଏନଆଇ ଓ ଏନଏସଜି ଟିମ୍

ଏର୍ଣ୍ଣାକୁଲମ: କେରଳରେ ଖ୍ରୀଷ୍ଟିୟାନଙ୍କ ଏକ ପ୍ରାର୍ଥନା ସଭାରେ ସିରିୟଲ ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ରାଜ୍ୟର ଏର୍ଣ୍ଣାକୁଲମର କଲାମାସେରୀ ସ୍ଥିତ ଚର୍ଚ୍ଚାରେ ପ୍ରାର୍ଥନା ସଭା ଚାଲିଥିବା ସମୟରେ ବିସ୍ଫୋରଣ ଘଟିଥିଲା।
ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି। ବିସ୍ଫୋରଣକୁ ନେଇ କେରଳ ପୋଲିସ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇ ନାହିଁ।

ଏହି ଘଟଣାକୁ କେନ୍ଦ୍ର ସରକାର ଗୁରୁତର ସହ ନେଇଛନ୍ତି। ଏନଏସଜି, ଏନଆଇଏ ଦଳକୁ କେରଳକୁ ପଠାଯାଇଛି। ଗୋଟିଏ ଦିନ ପୂର୍ବେ କେରଳରେ ହମାସ ସମର୍ଥନରେ ରାଲି ଆୟୋଜନ କରାଯାଇଥିଲା। ତେଣୁ କେନ୍ଦ୍ର ସରକାର ଏହି ବିସ୍ଫୋରଣକୁ ଗମ୍ଭୀରତାର ସହ ନେଇଛନ୍ତି। ସୂତ୍ର ଅନୁଯାୟୀ ଗୃହ ମନ୍ତ୍ରୀ ଅମିତ୍ ଶାହ ଯାଞ୍ଚ ଏଜେନ୍ସିକୁ କେରଳରେ ସେ ପର୍ଯ୍ୟନ୍ତ ରହିବାକୁ କହିଛନ୍ତି, ଯେ ପର୍ଯ୍ୟନ୍ତ ତଦନ୍ତ ପୂରା ନ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ରବିବାର ସକାଳ ୯ଟାରେ କନଭେନସନ ସେଣ୍ଟରରେ ଲଗାତାର ୫ ଥର ବିସ୍ଫୋରଣ ହୋଇଛି।

ଗୋଟିଏ ଦିନ ପୂର୍ବେ କ୍ୟାଥଲିକ ଚର୍ଚ୍ଚ ହମାସକୁ ନିନ୍ଦା କରିଥିଲା। ଚର୍ଚ୍ଚ ପକ୍ଷରୁ କୁହାଯାଇଥିଲା ଯେ, ଯେଉଁଭଳି ଭାବେ କେରଳରେ ହମାସର ପୂର୍ବତନ ମୁଖ୍ୟଙ୍କ ଭାଷଣ ଦିଆଯାଏ ଓ ଏହାର ସମର୍ଥନରେ ନାରାବାଜି ହୁଏ ଏହା କଦାପି ଉଚିତ୍ ନୁହେଁ। ଆତଙ୍କବାଦୀଙ୍କ ମହିମାମଣ୍ଡନ କରିବା ଉଚିତ୍ ନୁହେଁ। ଆଉ ଏବେ ଚର୍ଚ୍ଚାରେ ପ୍ରାର୍ଥନା ସଭା ସମୟରେ ଆକ୍ରମଣ ହୋଇଛି। ଏହି ସମୟରେ ଚର୍ଚ୍ଚରେ ପାଖାପାଖି ୧୦୦୦ ଲୋକ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ