Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଜିମାଳିରେ ଖଣି ଖନନ ବିରୁଦ୍ଧରେ ତେଜୁଛି ଜନଆନ୍ଦୋଳନ : ଅଡୁଆରେ ବହୁଦେଶୀୟ କଂପାନୀ

କଳାହାଣ୍ଡି,୩୧/୧୦-କଳାହାଣ୍ଡି-ରାୟଗଡ଼ା ଜିଲ୍ଲା ସୀମାନ୍ତ ଥୁଆମୂଳ ରାମପୁର-କାଶୀପୁର ବ୍ଲକ ଉପାନ୍ତରେ ଥିବା ସିଜିମାଳି ପର୍ବତରେ ବକ୍ସାଇଟ ଖଣି ପାଇଁ ଜନଶୁଣାଣିରେ ପ୍ରବଳ ବିରୋଧର ସମ୍ମୁଖୀନ ହେବା ପରେ ଏବେ କୂଳକିନାରା ପାଉନାହିଁ ମୈତ୍ରୀ କଂପାନୀ ! ଜନଶୁଣାଣିରେ ଜନମତକୁ ପ୍ରଭାବିତ କରିବାକୁ କଂପାନୀ କର୍ତ୍ତ୍ରୁପକ୍ଷ ଅନେକ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ ! ଏପରିକି ବିଭିନ୍ନ ଜନଆନ୍ଦୋଳନର ମାର୍ଗଦର୍ଶକ ଥିବା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କୁ ରାତିଅଧିଆ ଅପହରଣ କରି ନେଇ ବ୍ରହ୍ମପୁରରେ ଛାଡ଼ିଦେବା ହେଉ କି ଖଣି ଖନନକୁ ବିରୋଧ କରୁଥିବା ଅଞ୍ଚଳର ବ୍ୟକ୍ତିବିଶେଷଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରିବା, ଧମକଚମକ ଦେବା, ଭବାନୀପାଟଣା ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେବାକୁ ଯାଇଥିବା କଳାହାଣ୍ଡି ସଚେତନ ନାଗରିକ ମଞ୍ଚ ଓ ଏହାର କର୍ମକର୍ତ୍ତାଙ୍କୁ ଟେଣ୍ଟ ଲଗାଇବାକୁ ନଦେଇ ପ୍ରଚଣ୍ଡ ଖରାରେ ବସାଇବା ଭଳି ଉଦ୍ୟମ ଖଣି ଖନନକୁ ବିରୋଧ କରୁଥିବା ସଂଗଠନ, ବ୍ୟକ୍ତିବିଶେଷ ଓ ଅଞ୍ଚଳବାସୀଙ୍କୁ ଆନ୍ଦୋଳନରୁ ବିରତ କରିପାରିନାହିଁ ! ଏବେ ବି ସିଜିମାଳି ପର୍ବତ ସଂଲଗ୍ନ ଥୁଆମୂଳ ରାମପୁର ବ୍ଲକର ତଳ ଆମପଦର, ନାକରୁଣ୍ଡି ଓ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଗାଁ ଗାଁରେ କଂପାନୀ ବିରୋଧୀ ଜନ ଆନ୍ଦୋଳନ ତାତିବାରେ ଲାଗିଛି ! ଦିନାତିଦିନ ସଭାସମିତି ଓ ପ୍ରତିବାଦ ସଭା ଜରିଆରେ ପ୍ରକ୍ରୁତି, ପରିବେଶ ଓ ମାଳିପର୍ବତର ସୁରକ୍ଷା ପାଇଁ ଲୋକେ ଏକାଠି ହେବାକୁ ଲାଗିଛନ୍ତି ! ଏପରି ପରିସ୍ଥିତିରେ ବହୁଦେଶୀୟ କଂପାନୀ ପାଇଁ ସିଜିମାଳିରେ ଖଣି ଖନନର ସ୍ବପ୍ନ ପୂରଣ ହେବା ମୁସ୍କିଲ ହୋଇପଡ଼ିଛି ! ଅପରପକ୍ଷରେ ଖଣି ଖନନ ହେଲେ ଅଞ୍ଚଳରେ ବିକାଶ ହେବ, ପ୍ରଗତି ଆସିବ ବୋଲି କହୁଥିବା କଂପାନୀ ସପକ୍ଷବାଦୀ ଓ ସୁବିଧାବାଦୀ ରାଜନେତାମାନଙ୍କ ମୁହଁରେ ତାଲା ଲାଗିଯାଇଛି ! ଆଗକୁ ମୈତ୍ରୀ କଂପାନୀର ରାସ୍ତା ସେତେ ସହଜ ଲାଗୁନଥିବାବେଳେ ସିଜିମାଳିରେ ଖଣି ଖନନକୁ ନେଇ ଏବେ ବି ଦ୍ବନ୍ଦ୍ବାବସ୍ଥା ଲାଗିରହିଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ