Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ ବଡ଼ କମ୍ପାନୀକୁ ଭାଙ୍ଗି ଦିଅ; ପୂର୍ବତନ ଡେପୁଟି ଗଭର୍ଣ୍ଣର

ନୂଆଦିଲ୍ଲୀ: ଦେଶର ୫ ବଡ଼ କମ୍ପାନୀକୁ ଭାଙ୍ଗିବାକୁ ପ୍ରସ୍ତାବ ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ। ‌ତେବେ ଏହି ୫ଟି ବଡ କମ୍ପାନୀ ହେଉଛଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଟାଟା ଗ୍ରୁପ୍‌, ଆଦାନି ଗ୍ରୁପ୍‌, ଆଦିତ୍ୟ ବିର୍ଲା ଗ୍ରୁପ୍‌, ଭାରତୀ ଏୟାରଟେଲ୍‌।

ତାଙ୍କ କହିବା କଥା ହେଉଛି ଖୁଚୁରା, ସମ୍ବଳ ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ଥିବା ଏହି ୫ଟି ବଡ଼ ସଂସ୍ଥା ବେଶ୍‌ ପ୍ରଭାବଶାଳୀ। ଦରଦାମ୍‌ରେ ହେଉଥିବା ବୃଦ୍ଧିରେ ସେମାନଙ୍କ ଅବଦାନ ରହିଛି। ସେଥିପାଇଁ ଏହି ସଂସ୍ଥାଗୁଡିକ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେବାକୁ କହିଛନ୍ତି ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ।

ବିରଳ ୨୦୧୮ରେ ରିଜର୍ଭ ବ୍ୟାଙ୍କରେ ସରକାରଙ୍କ ହସ୍ତକ୍ଷେପକୁ ନେଇ ସ୍ବର ଉତ୍ତୋଳନ କରିଥିଲେ। ଖାଲି ସେତିକି ନୁହେଁ ନିର୍ଦ୍ଧାରିତ ସମୟ ପୂର୍ବରୁ ସେ ତାଙ୍କ ପଦ ମଧ୍ୟ ଛାଡିଥିଲେ।