Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ଧ୍ର ଓଡ଼ିଶା ସୀମାନ୍ତ ତଥା ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଦେବଗିରି ବନାଞ୍ଚଳ ରେ ମହାବଳ ବାଘ

ପାରଳାଖେମୁଣ୍ଡି:୨୨/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାକୁ ପୁଣି୧ ମାସ ପରେ ଫେରିଲା ମହାବଳ ବାଘ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୂନର ଦେବଗିରି ବନାଞ୍ଚଳର କୁମୁଳାସିଂ ପଞ୍ଚାୟତ ଅନ୍ତର୍ଗତ ଅଁଳାବର ଗ୍ରାମରେ ବାଘ ଆତଙ୍କ ଦେଖାଦେଇଛି । ସୋମବାର ବିଳମ୍ବିତ ରାତିରେ ଏକ ଗାଈକୁ ଗୁହାଳରୁ ଘୋଷାଡ଼ି ନେଇ ଗ୍ରାମ ନିକଟରେ ଥ‌ିବା ଜଙ୍ଗଲରେ ଖାଇଛି ମହାବଳ ବାଘ । ଏନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି । ସୂଚନାନୁଯାୟୀ, ସୋମବାର ବିଳମ୍ବିତ ରାତିରେ ମହାବଳ ବାଘ ଏକ ଗାଈକୁ ଗୁହାଳରୁ ଘୋଷାଡ଼ି ନେଇ ଗ୍ରାମ ନିକଟରେ ଥ‌ିବା ଜଙ୍ଗଲରେ ଖାଇଛି । ମଙ୍ଗଳବାର ସକାଳୁ ଗାଈ ନଥିବା ଦେଖି ଗ୍ରାମବାସୀ ଖୋଜାଖୋଜି କରିବା ପରେ ସେଠାରେ ବାଘର ବଡ଼ ବଡ଼ ପାଦ ଚିହ୍ନ ପଡ଼ିଥ‌ିବା ଦେଖୁବାକୁ ମିଳିଥିଲା । ଏହାପରେ ଜଙ୍ଗଲରୁ ଗାଈର ମୃତଦେହକୁ ଠାବ କରାଯାଇଥିଲା । ମହାବଳ ବାଘଟି ଗାଇକୁ ଘୋଷାଡ଼ି ନେଇ ଜଙ୍ଗଲରେ ଗାଇର ଅଧା ଶରୀରକୁ ଖାଇ ବାକି ଅଧା ଶରୀରକୁ ଛାଡି ଚାଲି ଯାଇଛି. ଏହା ଦେଖ୍ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ବାଘ ଗାଁରେ ପଶି ଗାଈକୁ ମାରି ଖାଇ ଦେଇଥୁବା ଖବର ପ୍ରଚାରିତ ହେବାପରେ ଅଞ୍ଚଳବାସୀ ଭୟରେ ଆତଙ୍କିତ ହୋଇ ରହିଛନ୍ତି । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଦେବଗିରି ରେଞ୍ଜ ଅଧିକାରୀ ଏନଡି ଶର୍ମା କହିଛନ୍ତି ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରାଯାଇଛି. ଗାଇଟିର ମୃତ ଦେହ ପଡ଼ିଥିବା ସ୍ଥାନରେ ସେକ୍ରେଟ କ୍ୟାମେରା ଖଞ୍ଜା ଯାଇଛି. ଆସନ୍ତାକାଲି ସକାଳ ସମୟରେ କ୍ୟାମେରାର ଫୁଟେଜରୁ ସବୁକିଛି ସ୍ପଷ୍ଟ ହେବ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ