କଳାହାଣ୍ଡି,୨୩/୧୧-ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ରଞ୍ଜନ ବିଶ୍ୱାଳ ଆଜି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ପରିଦର୍ଶନ କରି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଠାରୁ ନିରାମୟ କେନ୍ଦ୍ର ସୁବିଧା ଓ ଅସୁବିଧା ସଂକ୍ରାନ୍ତରେ ପଚାରି ବୁଝିଛନ୍ତି ଏବଂ ଚିକିତ୍ସିତ ହେଉଥିବା ରୋଗୀଙ୍କ ନିକଟକୁ ଯାଇ ମାଗଣାରେ ଔଷଧ ମିଳୁଚିକି ନାହିଁ ପଚାରି ବୁଝିଛନ୍ତି ! ଏହା ପରେ ଉପସ୍ଥିତ ହସ୍ପିଟାଲ ଅଧ୍ୟକ୍ଷଙ୍କ ସହିତ ସାକ୍ଷାତ କରି ଆଲୋଚନା କରିଛନ୍ତି ଏବଂ ନିରାମୟ କେନ୍ଦ୍ରକୁ ପ୍ରତିଦିନ ଆସୁଥିବା ରୋଗୀଙ୍କୁ କିପରି ଅଧିକ ସହଜ ଏବଂ ସୁବିଧା ଯୋଗାଇ ଦିଆଯିବ ଏହି ବିଷୟରେ ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ! ନିରାମୟ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ବହୁ ଗୁରୁତ୍ୱପୂର୍ଣ୍ଣ ଔଷଧ ମିଳୁଥିବାରୁ ଉପସ୍ଥିତ ରୋଗୀଙ୍କ ସମ୍ପର୍କୀୟ ଓଡିଶା ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଥିବା ଦେଖିବାକୁ ମିଳିଛି ! ଏହି ପରିଦର୍ଶନ ଅବସରରେ ସ୍ଥାନୀୟ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l