Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ ବନ୍ଦ ଥିବା ସ୍କୁଲ ପୁଣି ଖୋଲ, ବିଇଓ ଙ୍କୁ ଦାବିପତ୍ର ଦେଲେ ବାର ବଖରା ଗ୍ରାମବାସୀ।

କୋକସରା:୨୩/୧୧ ରାଜ୍ୟ ସରକାର କମ ଉପସ୍ଥାନ ଥିବା ପ୍ରାଥମିକ ବିଦ୍ୟାଳୟ କୁ ବନ୍ଦ କରିବା ସହ ସେହି ବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ରଛାତ୍ରୀ ଙ୍କୁ ନିକଟବର୍ତ୍ତୀ ବିଦ୍ୟାଳୟ ରେ ପଢିବା ପାଇଁ ୨୦୨୧ ରେ ବିଜ୍ଞପ୍ତି କରିଥିଲେ।ଏହି ନିୟମାନୁସରେ କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଖୁଣ୍ଟିଆ ପଂଚାୟତ ଅନ୍ତର୍ଗତ ବାର ବଖରା ପ୍ରାଥମିକ ବିଦ୍ୟାଳୟ ମଧ୍ୟ ବନ୍ଦ ହୋଇ ସ୍କୁଲ ର ପିଲା ଙ୍କୁ ଧରୁଆପଡା ପ୍ରାଥମିକ ବିଦ୍ୟାଳୟରେ ସ୍ଥାନାନ୍ତରିତ କରା ଯାଇଥିଲା। ତେବେ ଏବେ ବାର ବଖରା ର ୧୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି।ବାର ବଖରା ଗାଁ ରୁ ବିଦ୍ୟାଳୟ ୨.୫ କିମି ରହିଥିବା ବେଳେ ଜଙ୍ଗଲ ରାସ୍ତା ଦେଇ ଛାତ୍ରଛାତ୍ରୀ ମାନେ ଯିବାଆସିବା କରୁଛନ୍ତି।ସ୍କୁଲ ଯିବା ରାସ୍ତାରେ ଅନେକ ସମୟରେ ବୁଲା କୁକୁର ଓ ପାହାଡ଼ ନିକଟକୁ ଭାଲୁ ଚଳ ପ୍ରଚଳ କରୁଥିବା ବେଳେ ଅଭିଭାବକ ମାନେ ପିଲାଙ୍କୁ ସ୍କୁଲ ପଠାଇବାକୁ ସୁରକ୍ଷିତ ମନେ କରୁ ନାହାଁନ୍ତି। ଏନେଇ ଗୁରୁବାର ବାରବଖରା ର ଅଭିଭାବକ ଓ ଗ୍ରାମବାସୀ ମାନେ କୋକସରା ବିଇଓ ରଶ୍ମିତା ନେତମ ଙ୍କୁ ସାକ୍ଷାତ କରି ବନ୍ଦ ରହିଥିବା ବିଦ୍ୟାଳୟ କୁ ପୁଣି ଖୋଲିବାକୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପ୍ରଦାନ ସମୟରେ ବାଳକୃଷ୍ଣ ମେହେର, ରମେଶ ମେହର,ରୋହିତ ମେହେର,ଅକ୍ରୁର ମେହେର, ରୁପେନ୍ଦ୍ର ସୁନାନୀ,ଲଛମାନ ଧରୁଆ, ଉଗ୍ରେ ଧରୁଆ,ଗଗନେ ଧରୁଆ,ଡିଙ୍ଗର ଧରୁଆ,କ୍ଷିତିରାମ ମେହେର ପ୍ରମୁଖ ଅଭିଭାବକ ଓ ଗ୍ରାମବାସୀ ଭେଟି ଅଭିଯୋଗ କରିଛନ୍ତି। ଏନେଇ ବିଇଓ ଙ୍କ ପ୍ରତିକ୍ରିୟା ନେବାରୁ ଗ୍ରାମବାସୀ ଙ୍କ ଅଭିଯୋଗ ଆମେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଅବଗତ କରାଇବୁ ଉଚ୍ଚ ଅଧିକାରୀ ଯାହା ପଦକ୍ଷେପ ବୋଳି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ