Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଷ୍ଟେଲ୍ ପାଚେରୀ ନିର୍ମାଣ ଦାବିରେ ଧାରଣା ଦେଲେ ଛାତ୍ରୀ, ପ୍ରତିଶ୍ରୁତି ପରେ ଓହରିଲେ

କଳାହାଣ୍ଡି,୨୪/୧୧-ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି ଛାତ୍ରୀ ଅସନ୍ତୋଷ ! ଏଇ ବିଦ୍ୟାଳୟର ଛାତ୍ରୀ ନିବାସରେ ପାଚେରୀ ନଥିବାରୁ ଅନ୍ତେବାସୀମାନେ ଅସୁରକ୍ଷିତ ମନେ କରୁଛନ୍ତି ! ଏପରିକି ପାଚେରୀ ନଥିବାରୁ ଅସାମାଜିକ ବ୍ୟକ୍ତିବିଶେଷ ଛାତ୍ରୀନିବାସକୁ ପଶିଆସିବା ସହିତ ଅନ୍ତେବାସୀ ଛାତ୍ରୀମାନଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ଆଦି ଅଭିଯୋଗ କରିଛନ୍ତି ଛାତ୍ରୀମାନେ ! ଏପରି ଭାବେ ଅବ୍ୟବସ୍ଥାର ଶିକାର ହେବା ପରେ ପ୍ରତିବାଦ କରିବା ସହିତ ଧାରଣାରେ ବସିଛନ୍ତି ! ଆଜି ସକାଳ ୭ଟାରୁ ଛାତ୍ରୀନିବାସରେ ରହୁଥିବା ୨୦୦ରୁ ଅଧିକ ଅନ୍ତେବାସୀ ଛାତ୍ରୀ ବିଦ୍ୟାଳୟ ସାମ୍ନାରେ ଧାରଣାରେ ବସିବା ସହିତ ଛାତ୍ରୀନିବାସରେ ପାଚେରୀ ନିର୍ମାଣ, ଶୌଚାଳୟ ନିର୍ମାଣ ଓ ନୂତନ ହଷ୍ଟେଲରେ ତତ୍ତ୍ବାବଧାରକ ନିଯୁକ୍ତି ଆଦି ଦାବି କରିଥିଲେ ! ଏ ସଂପର୍କରେ ସୂଚନା ପାଇବା ପରେ ବିଦ୍ୟାଳୟର ବିଦ୍ୟାଳୟର ଅଧ୍ୟକ୍ଷ ନିହାରକାନ୍ତ ବିଶ୍ବାଳ ସେମାନଙ୍କୁ ଧାରଣାରୁ ହଟିବାକୁ କହିଥିଲେ ହେଁ ଉପରିସ୍ଥ ଅଧିକାରୀ ଆସି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ହଟିବୁ ବୋଲି କହିବା ପରେ ଅଧ୍ୟକ୍ଷ ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ, ପିଏ ଆଇଟିଡିଏ ପ୍ରମୁଖଙ୍କୁ ଅବଗତ କରାଇବା ପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଲାଞ୍ଜିଗଡ଼ ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳୀୟାର ସିଂହ, ବ୍ଲକ ତଥା ଆଇଟିଡିଏ ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ ଧାରଣାରତ ଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ପରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରୀମାନେ ଧାରଣାରୁ ହଟିଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ