Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋହନା ବ୍ଲକ ଅନ୍ତର୍ଗତ କେଶ ରା ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ ସ୍କୁଲରୁ ୧୫ଖଣ୍ଡ ଶାଗୁଆନ ଗଣ୍ଡି ଜବତ, ମାଫିଆ ଫେରାର

ପାରଳାଖେମୁଣ୍ଡି:୨୪/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କେଶରା ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ ବିଦ୍ୟାଳୟ ପରିସରରୁ ୧୫ଖଣ୍ଡ ଶାଗୁଆନ ଗଣ୍ଡି ଅନ୍ୟତ୍ର ଚୋରା ଚାଲାଣ ପାଇଁ ରଖାଯାଇଥିବା ଏକ ମହେନ୍ଦ୍ରା ମାକ୍ସ ପିକ୍ ଅପ୍ ଗାଡ଼ି ନମ୍ବର ( ଓଆର୍ ୧୧ସି ୪୦୯୮)କୁ ମୋହନା ବନ ବିଭାଗ ଜବତ କରିଛି। ସୂଚନା ଅନୁଯାୟୀ ୨୪ ତାରିଖ ରାତ୍ର ପ୍ରାୟ ୧ ଘଣ୍ଟ ୪୫ ମିନଟ ସମୟରେ ବିଶେଷ ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀପ୍ରସାଦ ବିଷୋୟୀଙ୍କ ନିର୍ଦ୍ଦେଶରେ ବନପାଳ ଦେବାଶିଷ ଶତପଥୀ, ଗାର୍ଡ ଗଙ୍ଗାଧର ଭୂୟାଁ
ବିନୋଦିନୀ ନାୟକ, ଅନ୍ତର୍ଯ୍ୟାମୀ ବେହେରଦଳାଇ, ହରିହର ବେହେରଦଳାଇ, ସୁବାଷ ମଳିକ ଓ କର୍ମଚାରୀ ମିଳିତ ଭାବେ ଚ଼ଢ଼ାଉ କରି ୧୫ ଖଣ୍ଡ ମୂଲ୍ୟବାନ ଶାଗୁଆନ ଗଣ୍ଡି ସହ ମହେନ୍ଦ୍ରା ଗାଡ଼ିକୁ ଜବତ କରି ବନବିଭାଗ କାର୍ଯ୍ୟାଳୟକୁ ଆଣିଛନ୍ତି। ଘଟଣାସ୍ଥଳରୁ କାଠ ମାଫିଆ ଓ ଡ୍ରାଇଭର ଛୁ ମାରିଥିବା ଜଣାପଡିଛି। ଗାଡି ମାଲିକ ଓ ମାଫିଆ ସଂପର୍କରେ ତଦନ୍ତ ଚାଲୁ ରହିଥିବା ରେଞ୍ଜର ଶ୍ରୀ ବିଷୋୟୀ ସୂଚନା ଦେଇଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ