Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚାନ୍ଦୀପୁଟ ହାଟରୁ ଗାଈ କିଣି ନୂଆଗଡ ଧରି ଯାଉଥିବାବେଳେ ଆର.ଉଦୟଗିରି ଠାରେ ଧରିଲେ ବଜରଙ୍ଗୀ ଦଳ ପୋଲିସ କାଗଜ ପତ୍ର ଦେଖି ଛାଡିଲେ

ପାରଳାଖେମୁଣ୍ଡି:୨୫/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ବିଭିନ୍ନ ହାଟରୁ ଗାଈ ବେପାରି ମାନେ ଶହ ଶହ ଗାଇ କିଣି ଆର.ଉଦୟଗିରି ଗ୍ରାମ ଦେଇ ଚାଲଣ କରନ୍ତି । ସେହିପରି ଆର.ଉଦୟଗିରି ଗ୍ରାମ ମୁଖ୍ୟରାସ୍ତା ଦେଇ ଆଜି ୮ଟା ସମୟରେ ଏକ ପିକାପ୍ ଗାଡିରେ ୬ଟି ଗାଇ ଚାନ୍ଦିପୁଟ ହାଟରୁ କିଣି ଧରି ନୁଆଗଡ ଅଭିମୁଖେ ଯାଉଥିବା ସମୟରେ ଏହା ବଜରଙ୍ଗ ଦଳର ଯୁବକ ମାନେ ଦେଖି ଆର.ଉଦୟଗିରି ବସଷ୍ଟାଣ୍ଡ ଠାରେ ଦେଖି ଗାଡିକୁ ଅଟକାଇଥିଲେ ଗାଡିରେ ଥିବା ୬ଟି ଗାଇ ସହ ଗାଡିର ଡ୍ରାଇଭର ଓ ଅନ୍ୟଜଣଙ୍କୁ ଅଟାଇଥିଲେ । ବଜରଙ୍ଗ ଦଳର ଯୁବକମାନେ ଏହାକୁ ନେଇ ପିକପ ଗାଡିସହ ୬ଟି ଗାଇ ଓ ଦୁଇ ଜଣଙ୍କୁ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରିଥିଲେ ।ସ୍ଥାନୀୟ ପୁଲିସ ଗାଡିରେଥିବା ଦୁଇଜଣ ଠାରୁ ତଥ୍ୟା ସଂଗ୍ରହ କରିବା ପରେ ନୁଆଗଡ ଗ୍ରାମର ସୁଗ୍ରୀବ ଗୌଡ ନିଜପାଇଁ ୩ ଗ୍ରାମର ମହିଳା ମଣ୍ଡଳ ପାଇଁ ଗାଇ ଚାନ୍ଦିପୁଟ ହାଟରୁ କିଣି ନେଉଥିଲେ କହିବା ସହ ସମସ୍ତ କାଗଜ ପତ୍ର ଦେଖାଇଥିଲେ । ପୁଲିସ ଜବତ ପିକପ ଗାଡ଼ି ସହ ୬ଟି ଗାଈକୁ ଛାଡିଥିଲେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ

More Stories