Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗନ୍ଧରବାରୁ ଜଙ୍ଗଲରେ ଚିକିତ୍ସାଧୀନ ଭାବେ ଦନ୍ତାହାତୀର ମୃତ୍ୟୁ

କଳାହାଣ୍ଡି,୨୫/୧୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଦ୍ଧା ସେକ୍ସନ ଗନ୍ଧରବାରୁ ଗାଁ ନିକଟସ୍ଥ ଜଙ୍ଗଲରେ ଚିକିତ୍ସାଧୀନ ଭାବେ ଦନ୍ତାହାତୀର ମୃତ୍ୟୁ ଘଟିଛି ! ଦୁଇଦିନ ତଳେ ଦନ୍ତାହାତୀଟିକୁ ଗୁରୁତର ଭାବେ ଉଦ୍ଧାର କରାଯାଇ ବନ ବିଭାଗ ଓ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଚିକିତ୍ସା କରାଯାଉଥିଲା। ତେବେ ଚିକିତ୍ସାଧୀନ ଭାବେ ଗତ ବିଳମ୍ବିତ ରାତିରେ ହାତୀଟିର ମୃତ୍ୟୁ ଘଟିଛି। ଏ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ଉତ୍ତର ବନଖଣ୍ଡ ଡିଏଫ୍ଓ ଅନୁରାଗ ମିଶ୍ର, ରେଞ୍ଜର ପ୍ରଶାନ୍ତ ପାଲ, ଫରେଷ୍ଟର ରମେଶ ଚନ୍ଦ୍ର ବାଗ, ବନରକ୍ଷୀ ସୁଶୀଲ ମହାରଣା, ଭବାନୀ ଶଙ୍କର ନାଏକ, ପୁଣ୍ୟ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାଣୀ ବିଭାଗ ଦ୍ବାରା ବ୍ୟବଚ୍ଛେଦ ପରେ ହାତୀର ଶବକୁ ପୋତି ଦିଆଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ! ତେବେ ବିରାଟ ଦନ୍ତାହାତୀର ମୃତ୍ୟୁକୁ ନେଇ ପରିବେଶବିତ୍ ମହଲରେ ଶୋକ ପ୍ରକଟ କରାଯାଇଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ