Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଧ କ୍ଷୀରରୁ ପ୍ରସ୍ତୁତ ସାବୁନ ମହିଳାଙ୍କୁ ସୁନ୍ଦର କରିଥାଏ; ମାନେକା ଗାନ୍ଧୀ

ନୂଆଦିଲ୍ଲୀ: ଗଧ କ୍ଷୀରରେ ପ୍ରସ୍ତୁତ ସାବୁନ ମହିଳାଙ୍କ ଶରୀରକୁ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ଲୋକସଭା ସାଂସଦ ମାନେକା ଗାନ୍ଧୀ ମତ ଦେଇଛନ୍ତି।

ମାନେକା ଗାନ୍ଧୀଙ୍କ ଏହି ଭାଷଣର ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ ଏକ ସଭାକୁ ସମ୍ବୋଧିତ କରିବାବେଳେ ଏହି ମନ୍ତବ୍ୟ ଦେଇଥିଲେ। ଇଜପ୍ଟର ରାଣୀ କ୍ଲିଓପାଟ୍ରାଙ୍କ ଉଦାହରଣ ନେଇ ସେ କହିଛନ୍ତି ଯେ, ଗଧର କ୍ଷୀରରୁ ପ୍ରସ୍ତୁତ ସାବୁନ୍ ଜଣେ ମହିଳାଙ୍କ ଶରୀରକୁ ସୁନ୍ଦର ରଖେ। “ଇଜପ୍ଟ ରାଣୀ କ୍ଲିଓପାଟ୍ରା ଗଧର କ୍ଷୀରରେ ସ୍ନାନ କରୁଥିଲେ। ଦିଲ୍ଲୀରେ ଗଧରୁ କ୍ଷୀରରୁ ପ୍ରସ୍ତୁତ ଖଣ୍ଡେ ସାବୁନ୍‌ର ମୂଲ୍ୟ ୫୦୦ ଟଙ୍କା ରହିଛି।

ଆମେ ଛେଳି କ୍ଷୀର ଓ ଗଧ କ୍ଷୀରରୁ ସାବୁନ ତିଆରି କାମ କାହିଁକି ଆରମ୍ଭ କରିପାରିବା ନାହିଁ? ମାନେକା ଦାବି କରିଛନ୍ତି ଯେ ଲଦାଖର ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ଗଧର କ୍ଷୀର ବ୍ୟବହାର କରି ସାବୁନ ତିଆରି କରନ୍ତି। ଗଧଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଲୋକମାନେ ଗଧର ବ୍ୟବହାର ବନ୍ଦ କରି ଦେଇଛନ୍ତି। କିନ୍ତୁ ଲଦାଖରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକ ଅଛନ୍ତି ଯେଉଁମାନେ ଗଧ ସଂଖ୍ୟା ହ୍ରାସ ପାଉଥିବା ଦେଖି ଗଧର କ୍ଷୀରରେ ସାବୁନ ତିଆରି କରିବା ଆରମ୍ଭ କରିଛନ୍ତି।