Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଦଳିଲା ଟ୍ବିଟର ଲୋଗୋ; ‘ବ୍ଲୁ ବାର୍ଡ’ ବଦଳରେ ରହିଲା ‘ଡଗି’

ନ୍ୟୁୟର୍କ: ବଦଳିଲା ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟରର ଲୋଗୋ। ପୂର୍ବରୁ ଟ୍ୱିଟରରେ ଏକ ‘ନୀଳ ପକ୍ଷୀ’ର ଲୋଗୋ ରହିଥିଲା କିନ୍ତୁ ଏବେ ତାହା ବଦଳିଯାଇଛି। ସେହି ସ୍ଥାନରେ ରହିଛି ଏକ ‘ଡଗି’ର ଲୋଗୋ। ହଠାତ୍‌ ଏଭଳି ପରିବର୍ତ୍ତନକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।ତେବେ ଏହି ଡଗି କିଏ ଏବଂ ମସ୍କ କାହିଁକି ଏହି କୁକୁରକୁ ଟ୍ୱିଟର ଲୋଗୋ ଭାବରେ ବାଛିଲେ?

ଟ୍ବିଟରର ମାଲିକାନା ହାତକୁ ଆସିବା ପରେ ଟ୍ବିଟରରେ ବିଭିନ୍ନ ପରିବର୍ତ୍ତନ ନେଇ ଇସାରା ଦେଇଥିଲେ ମସ୍କ। ଆଉ ସେହି ସମୟରେ ସେ ଟ୍ୱିଟରରେ ମାଲିକ ଭାବରେ ‘ଡୋଜ୍’ର ଏକ ଫଟୋ ସେୟାର କରି ଲେଖିଥିଲେ ଯେ ନୂଆ ସିଇଓ ଚମତ୍କାର ବୋଲି ଲେଖିଥିଲେ। ଏବେ ତାହା ସତ ହୋଇଛି। ଟ୍ବିଟରରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଥିବା ପରିଲକ୍ଷିତ ହୋଇଛି।

ଟ୍ୱିଟର ଲୋଗୋରେ ଥିବା ଏହି କୁକୁରର ନାମ କାବୋସୁ। ଏହା ଜାପାନର ସାକୁରାରେ ରହିଛି। ସେ ତାର ମାଲିକ ଅଟସୁକୋ ସାଟୋ ସହିତ ରହୁଛି। ଅଟସୁକୋ ସାଟୋ ୨୦୧୦ରେ ତାଙ୍କ ବ୍ଲଗରେ କାବୋସୁର ଫଟୋ ଅପଲୋଡ୍ କରିଥିଲେ। ପରେ, ଏହାର ଫଟୋ ବିଟକଏନ୍ ପରି ଅନ୍ୟ କ୍ରିପ୍ଟୋକରେନ୍ସି ମିମସରେ ବ୍ୟବହୃତ ହୋଇଥିଲା। କାବୋସୁ ଏକ ଉଦ୍ଧାରକାରୀ କୁକୁର।

ତେବେ ଏହି ପରିବର୍ତ୍ତନ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। କିନ୍ତୁ ମସ୍କଙ୍କ ଏକ ଟୁଇଟ୍ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଜଣେ ୟୁଜରଙ୍କୁ ଟ୍ୱିଟର କିଣିବା ପୂର୍ବରୁ ଲୋଗୋ ବଦଳାଇବାକୁ ପ୍ରତିଶୃତି ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ