Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ଓ ବେଦାନ୍ତ ହସ୍ପିଟାଲ ତରଫରୁ ମୋତିଆବିନ୍ଦୁ ଚିହ୍ନଟ ଓ ଅସ୍ତ୍ରୋପଚାର ଶିବିର

କଳାହାଣ୍ଡି,୨୮/୧୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗ ଏବଂ ବେଦାନ୍ତ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଲାଞ୍ଜିଗଡଠାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟଅତିଥି ଭାବେ ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗ ମୁଖ୍ୟ ଶିଶିର ତରଫଦାର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବେଦାନ୍ତ ଲିମିଟେଡ୍ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅକ୍ଷୟ କୁମାର ସାହୁ, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅମିତ କୁମାର, ସିଏସ୍ଆର୍ ବିଭାଗର କାର୍ଯ୍ୟନିର୍ବାହୀ ବଣ୍ଟିରାଣୀ ପାଟଗିରି, ଋତୁପର୍ଣ୍ଣା ଚାଟାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ ! ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତିଙ୍କ ତତ୍ତ୍ବାବଧାନରେ ଆୟୋଜିତ ଶିବିରର ବେଦାନ୍ତ ହସ୍ପିଟାଲର ମୋବାଇଲ ହେଲ୍‌ଥ ୟୁନିଟର ମେଡିକାଲ ଅଫିସର ଡା.ପ୍ରଶାନ୍ତ ପରମାଣିକ, ଆସିଷ୍ଟାଣ୍ଟ କମ୍ୟୁନିଟି ମ୍ୟାନେଜର ଅଶୋକ ଖୋରା ଓ ମହେନ୍ଦ୍ର ନିଆଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ୪୦ ଜଣ ବୃଦ୍ଧବୃଦ୍ଧା ଓ ଚକ୍ଷୁରୋଗୀଙ୍କ ପରୀକ୍ଷା ଓ ପରାମର୍ଶ ସହିତ ଅସ୍ତ୍ରୋପଚାର ପାଇଁ ଭବାନୀପାଟଣାସ୍ଥିତ ଶ୍ରୀ ଜଗନ୍ନାଥ ନେତ୍ରାଳୟକୁ ପଠାଯାଇଛି । ଶିବିର ପରିଚାଳନାରେ ବେଦାନ୍ତ ହସ୍ପିଟାଲ ଓ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।