Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୭୫୦ କୋଟି ଦେଇ ଘର କିଣିଲେ; ହେଲେ ରହିବାକୁ ଅନୁମତି ନାହିଁ

ନୂଆଦିଲ୍ଲୀ: ଥରେ ଭାବନ୍ତୁ ଯଦି ଆପଣ କଳ୍ପନା କରିଥିବା ସ୍ବପ୍ନର ଘରେ ଯଦି ଆପଣଙ୍କୁ ରହିବାକୁ ଅନୁମତି ନ ଦିଆଯାଏ ତେବେ ଆପଣଙ୍କୁ କିପରି ଅନୁଭବ ହେବ? ସେମିତି ଏକ ଘଟଣା ଘଟିଛି ଦେଶର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ର ମାଲିକ ସାଇରସ୍ ପୁନାୱାଲାଙ୍କ ସହ।

୨୦୧୫ ମସିହାରେ ସେ ୭୫୦ କୋଟି ଟଙ୍କାରେ ଏକ ଘର କିଣିଥିଲେ। ହେଲେ ଆଶ୍ଚର୍ଯ୍ୟ କଥା ହେଉଛି ଆଜି ପର୍ଯ୍ୟନ୍ତ ତାଙ୍କୁ ସେଠାରେ ରହିବାକୁ ଅନୁମତି ମିଳିନାହିଁ। ଶ୍ରୀ ପୁନାୱାଲା ୨୦୧୫ ମସିହାରେ ମୁମ୍ବାଇ ସ୍ଥିତ ଲିଙ୍କନ୍ ହାଉସ୍ କିଣିଥିଲେ, କିନ୍ତୁ ଜମି ମାଲିକାନାକୁ ନେଇ ବିବାଦ ଥିବାରୁ ସରକାର ସେହି କ୍ରୟ ଉପରେ ଷ୍ଟେ ଲଗାଇଥିଲେ। ଏହି ଷ୍ଟେ ଅର୍ଡର ଯୋଗୁ ପୁନାୱାଲା ସମ୍ପୂର୍ଣ୍ଣ ଖର୍ଚ୍ଚ ଦେବା ପରେ ମଧ୍ୟ ଲିଙ୍କ୍ ହାଉସରେ ଆଜି ଯାଏ ରହିପାରି ନାହାନ୍ତି। ଏହାକୁ ନେଇ ସେ ଏବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିପାଇଁ ସେ ସରକାରଙ୍କୁ ଦାୟୀ କରିଛନ୍ତି।

ସାଇରସ୍ ପୁନାୱାଲା କିଣିଥିବା ଜମିର ମାଲିକାନାକୁ ନେଇ ଏକ ବିବାଦ ରହିଛି, ଯେଉଁ କାରଣରୁ ତାଙ୍କୁ ସେହି ଘରେ ରହିବାକୁ ଅନୁମତି ଦିଆଯାଇନଥିଲା। ସରକାରଙ୍କ ଏହି ପ୍ରତିବନ୍ଧକକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସେ ଏହାକୁ ଏକ ରାଜନୈତିକ ନିଷ୍ପତ୍ତି ବୋଲି କହିଛନ୍ତି। ଏହି ଡିଲ୍‌କୁ ବନ୍ଦ କରିବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।