Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

*ଲାଞ୍ଜିଗଡ଼ରୋଡ଼ଠାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା*

କଳାହାଣ୍ଡି,୩୦/୧୧-ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭବାନୀପାଟଣା ତରଫରୁ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପ୍ରାଥମିକ ବିଦ୍ୟାଳୟଠାରେ ତିନିଦିନିଆ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କର୍ମଶାଳାରେ ଅତିଥି ଭାବେ ଲାଞ୍ଜିଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ବିଆରସିସି ଦ୍ରୋଣ ରଣା, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢଳଦେବ ମୁଣ୍ଡ, ଲକ୍ଷ୍ମୀ ପ୍ରିୟ ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ l ଏହି କର୍ମଶାଳାରେ ବ୍ଲକର ବିଭିନ୍ନ କ୍ଲଷ୍ଟରର ୩୦ଜଣ ଶିକ୍ଷକ ଓ ଚାରିଜଣ ସିଆରସିସିଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବନ୍ଧିତ ଟ୍ରେନିଂ ପ୍ରଦାନ କରାଯାଇଥିଲା I ଏହି କର୍ମଶାଳାରେ ୧୫ ରୁ ଉର୍ଦ୍ଧ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯାଇଥିଲା I ଏହି ଶିକ୍ଷଣ ସାମଗ୍ରୀଗୁଡ଼ିକୁ ଉକ୍ତ ମଡେଲ ସ୍କୁଲରେ ହିଁ ସ୍ଥାନିତ କରାଯାଇଛି I ପରବର୍ତ୍ତୀ ସମୟରେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏହି ମଡେଲ ସ୍କୁଲକୁ ପରିଦର୍ଶନ କରିପାରିବେ I କର୍ମଶାଳାରେ ଯୋଗଦେଇଥିବା ସମସ୍ତ ଶିକ୍ଷକ ନିଜ ନିଜ କ୍ଲଷ୍ଟରରେ ଏହି ଶିକ୍ଷଣ ସାମଗ୍ରୀ ତିଆରି କରି ନିଜ ସ୍କୁଲର ଶିକ୍ଷଣ ପ୍ରଣାଳୀରେ ବ୍ୟବହାର କରି ପାରିବେ ବୋଲି ସୂଚନା ମିଳିଛି I ଏଇ ଅବସରରେ ସିଆରସିସି ତପନ କୁମାର ଭୋଇ, ଏମ୍.ଏସ୍ ଶେଖର, ପ୍ରକାଶ ପ୍ରଧାନ, ଗୁରୁଗୋବିନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ