Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସିକ୍କିମରେ ଭୟଙ୍କର ହିମସ୍ଖଳନ; ୬ ମୃତ

ସିକ୍କିମ୍: ସିକ୍କିମର ନାଥୁ ଲା ସୀମାନ୍ତରେ ମଙ୍ଗଳବାର ଭୟଙ୍କର ହିମସ୍ଖଳନ ହୋଇଛି। ଏହି ଘଟଣାରେ ୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଥିବା ସୂଚନା ମିଳିଛି। ପ୍ରାୟ ୮୦ରୁ ଅଧିକ ପର୍ଯ୍ୟଟକ ବରଫ ଅତଡା ତଳେ ଫସିରହିଥିବା ଆଶଙ୍କା କରାଯାଉଛି। ସେନା ଅଧିକାରୀମାନେ ଏ ନେଇ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଚାରି ଜଣ ପୁରୁଷ, ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ବରଫରେ ଫସି ରହିଥିବା ୨୨ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ତାଙ୍କୁ ଗ୍ୟାଙ୍ଗଟକର ଏସଟିଏନଏମ ହସ୍ପିଟାଲ ଏବଂ ସେଣ୍ଟ୍ରାଲ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାସ୍ତା ସଫା କରିବା ପରେ ୩୫୦ ଜଣ ପର୍ଯ୍ୟଟକ ଏବଂ ୮୦ ଟି ଗାଡି ଉଦ୍ଧାର କରାଯାଇଥିଲା।
ଭାରତ-ଚୀନ୍ ସୀମା ନିକଟରେ ଥିବା ନାଥୁ ଲା ମାଉଣ୍ଟେନ ପାସ୍‌ରେ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଏହି ଭୟଙ୍କର ଘଟଣା ଘଟିଥିଲା। ଏହି ମାଉଣ୍ଟେନ ପାସ୍ ସମୁଦ୍ର ପତ୍ତନ ଠାରୁ ୪,୩୧୦ ମିଟର (୧୪,୧୪୦ ଫୁଟ) ଉଚ୍ଚରେ ଅବସ୍ଥିତ। ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟ।