Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

କଳାହାଣ୍ଡି,୦୩/୧୨-ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆଜି ସ୍ଥାନୀୟ ରେଡକ୍ରସ କଲ୍ୟାଣ ମଣ୍ଡପଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଭିନ୍ନକ୍ଷମଙ୍କୁ ମାନସିକ ଓ ଶାରିରୀକ ସ୍ତରରେ ସଶକ୍ତ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରତିବର୍ଷ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଉଛି। ଏହି ଅବସରରେ ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରି ରେଡକ୍ରସ କଲ୍ୟାଣମଣ୍ଡପଠାରେ ପହଞ୍ଚିଥିଲା ! ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବୀରେନ୍ଦ୍ର କହଁରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଅତିରିକ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦୁଲାଳ ସେନାପତି, ଜିଲ୍ଲା ଭିନ୍ନକ୍ଷମ ମଞ୍ଚ ସଭାପତି ସୁରେଶ ଚୌଧୁରୀ, ଭିନ୍ନକ୍ଷମ ଫେଡେରେସନ ସଭାପତି ହେମନ୍ତ ତାଣ୍ଡି, ଜିଲ୍ଲା ଶ୍ରବଣବାଧିତ ସଂଘ ସଭାପତି ଶୋଭନ ରଥ ପ୍ରମୁଖ ଯୋଗ ଦେଇଥିଲେ। ଏହି ସମାବେଶରେ ସ୍ଵତନ୍ତ୍ର ବିଦ୍ୟାଳୟ ତଥା ରେଡକ୍ରସ ବଧିର ଓ ଦୃଷ୍ଟି ଦିବ୍ୟାଙ୍ଗ ବିଦ୍ୟାଳୟ,ବିଜୁ ପଟ୍ଟନାୟକ ମାନସିକ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଦିବ୍ୟାଙ୍ଗ ଭାଇ ଭଉଣୀ, ଜିଲ୍ଲା ଭିନ୍ନକ୍ଷମ ମଞ୍ଚର ସଭ୍ୟ ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ପୁରସ୍କାର ବିତରଣ ଉତ୍ସବରେ ୫ ଜଣ ଭିନ୍ନକ୍ଷମଙ୍କୁ ମାନପତ୍ର ପ୍ରଦାନ, ୧୦ ଜଣ ଭିନ୍ନକ୍ଷମ ପତି ଓ ପତ୍ନୀଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରତ୍ୟେକ ଦମ୍ପତିଙ୍କୁ ୨.୫୦ ଲକ୍ଷ ହିସାବରେ ସମୁଦାୟ ୨୫ ଲକ୍ଷ, ୧୦ ଜଣ ଭିନ୍ନକ୍ଷମ ପିତାମାତାଙ୍କ ପିଲାମାନେ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ବିଭିନ୍ନ ଫିଜ୍ ବାବଦକୁ ୨ ଲକ୍ଷ ୮ ହଜାର ବିବିସିଏ ବୃତ୍ତି, ୩ ଜଣ ମିଶନ କ୍ଷମତାଙ୍କୁ ୫୦ ହଜାର ହିସାବରେ ସମୁଦାୟ ୧ଲକ୍ଷ ୫୦ ହଜାର ଅତିଥି ମାନେ ପ୍ରଦାନ କରିଥିଲେ। ଜିଲ୍ଲା ଭିନ୍ନକ୍ଷମ କେନ୍ଦ୍ର DDRC କଳାହାଣ୍ଡି ଦ୍ଵାରା ମଧ୍ୟ ଭିନ୍ନକ୍ଷମ ପ୍ରମାଣ ପତ୍ର ଓ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା। ଜୁନାଗଡ଼ ବିଏସ୍ଏସଓ ତୁଷାର ରଞ୍ଜନ ସାହୁ ସଭା ପରିଚାଳନା ସହ ଧନ୍ୟବାଦ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ