Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଚତୁର୍ଥ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୧/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରାଜଜ’ଙ୍କ କୋର୍ଟ ପରିସରରେ ଚଳିତ ବର୍ଷ’ର ଶେଷ ତଥା ଚତୁର୍ଥ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ଙ୍କ ଆଦେଶ ପ୍ରକାରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଗଜପତି ଜିଲ୍ଲା ଦୌରାଜଜ ଶ୍ରୀ ପ୍ରଣବ କୁମାର ରାଉତରାୟ ଉପସ୍ଥିତ ରହି ବିଭନ୍ନ କୋର୍ଟ କାର୍ଯ୍ୟ ତଦାରଖ କରିବା ସଙ୍ଗେ ସଙ୍ଗେ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ ।ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା ଉପସ୍ଥିତ ରହି କୋର୍ଟ କାର୍ଯ୍ୟ ପରିଚାଳନା ରେ ସହ‌ଯୋଗ ପ୍ରଦାନ କରିଥିଲେ ।ଆଯୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ବିଭିନ୍ନ ପ୍ରକାର’ର ବିଚାରଧିନ ଥିବା ମାମଲା ରେ ତ୍ବରିତ ବିଚାର ପାଇଁ ପଦକ୍ଷେପ ସ୍ବରୂପ ବିଭିନ୍ନ କୋର୍ଟ ବ୍ୟାଞ୍ଚ ମାନ ପ୍ରତିଷ୍ଠା କରା ଯାଇଥିଲା।ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ପରିବାର ଅଦାଲତ ଜଜ ଶ୍ରୀ ସୁବ୍ରତ ମହାନ୍ତି , ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ପ୍ରଦୀପ କୁମାର ସାମଲ , ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ନରୋତ୍ତମ ସେଠୀ,ସବ ଜଜ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ,ଉପଖଣ୍ଡୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ ।ସେହିପରି ଭାବେ ଜିଲ୍ଲା’ର ରା.ଉଦୟଗିରି ସ୍ଥିତ କୋର୍ଟରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତ ରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ତରୁଣ କୁମାର ସେଠୀ , ମୋହନା କୋର୍ଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଶୁଭଜିତ ବେହେରା ଏବଂ କାଶୀନଗର ଗ୍ରାମ୍ୟ ନ୍ୟାୟଳୟର ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶ୍ରୀ ଅଙ୍କିତା ଗୁରୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ ।ଆୟୋଜିତ ଲୋକ ଅଦାଲତ’ରେ ରାଜ୍ୟ ଆଇନ ସେବା ପ୍ରାଧିକାରଣ’ଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଷ୍ଟ୍ରୀୟ ବ୍ୟାଙ୍କ ର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବ୍ୟାଙ୍କ ସମ୍ବନ୍ଧୀୟ ବିଭିନ୍ନ ମାମଲା ରସମାଧାନ କରିଥିଲେ ଆୟୋଜିତ ଏହି ଲୋକ ଅଦାଲତ ରେ ଜିଲ୍ଲା କୋର୍ଟ ଓକିଲ ସଂଘ ସଭାପତି ଓ ସମ୍ପାଦକ ଙ୍କ ସମେତ ସମସ୍ତ ବରିଷ୍ଠ ଓକିଲ ବୃନ୍ଦ ଉପସ୍ଥିତ ରହି ବିଭିନ୍ନ କୋର୍ଟ ରେ ନିଜ ନିଜ କେସ ମକଦମା ରେ ସହଯୋଗ ପ୍ରଦାନ କରିଥିଲେ ।ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମୁଦାୟ ୯୫୧ଟି କେସ ବିଚାର’କୁ ନିଆ ଯାଇ ୧୩୮ ଟି ମାମଲା ର ତ୍ବରିତ ସମାଧାନ କରା ଯାଇଥିଲା । ଏ ବାବଦରେ ମୋଟ ୨୫ ଲକ୍ଷ ୨୪ ହଜାର ୫୯୫ ଟଙ୍କା ଜରିମାନା ଆଦାୟ କରା ଯାଇଥିଲା l ସେହିଭଳି ଉପସ୍ଥିତ ବ୍ୟାଙ୍କ ମାନେ ଉପସ୍ଥିତ ରହି ୮୩୭ ଟି କେସ’ରୁ ୮୦ ଟି ସମାଧାନ କରି ଟା. ୧୦ ଲକ୍ଷ ୮୮ ହଜାର ୯୦୦ ଟଙ୍କା ଜରିମାନା ଆଦାୟ କରିଥିଲେ।ଏହି ଲୋକ ଅଦାଲତକୁ କୋର୍ଟ କର୍ମଚାରୀ ଓ ପ୍ରାଧିକରଣ ର କର୍ମଚାରୀ ଶ୍ରୀ ରବୀନ୍ଦ୍ର କୁମାର ପରିଡା କାହ୍ନୁ ଚରଣ ପଣ୍ଡା,ଶ୍ରୀ ରଘୁ ନନ୍ଦନ ଦାସ ଏବଂ ଶିବ ପ୍ରସାଦ ସେନାପତି ପ୍ରମୁଖ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ ପ୍ରଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ