Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଟୁରା ମାଂସ ଭାଗବଣ୍ଟା ବେଳେ ବନବିଭାଗ ବିଭାଗର ଚଢ଼ଉ : ୨ ଗିରଫ, ୪ ଫେରାର, ୨ କି.ଗ୍ରା ମାଂସ ଜବତ

କଳାହାଣ୍ଡି,୧୨/୧୨-କଳାହାଣ୍ଡି ଜିଲ୍ଲା ସିଙ୍ଗାରି ସଂରକ୍ଷିତ ଜଙ୍ଗଲରେ କୁଟୁରାକୁ ମାରି ମାଂସ ଭାଗବଣ୍ଟା କରୁଥିବା ସମୟରେ ବନ ବିଭାଗ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହିତ ୨ କି.ଗ୍ରା କୁଟୁରା ମାଂସ ଜବତ କରିଛି ! ତେବେ ବନ ବିଭାଗର କର୍ମଚାରୀଙ୍କୁ ଦେଖି ଅନ୍ୟ ୪ ଜଣ ଫେରାର ହୋଇଯାଇଛନ୍ତି ! ଥୁଆମୂଳ ରାମପୁର ବନବିଭାଗ ପକ୍ଷରୁ କୁଟୁରା ମାଂସ ଭାଗବଣ୍ଟା କରୁଥିବା ପରୁଆଗୁଡ଼ାର ରାମ ପଟେଲ ଓ ହାରାମାଲର ଗୌରାଙ୍ଗ ରାଉତକୁ ବନ ବିଭାଗ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୨ କି.ଗ୍ରା କୁଟୁରା ମାଂସ ଜବତ କରାଯାଇଥିବା ସୂଚନା ମିଳିଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ