Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

SSC ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ତେଲେଙ୍ଗାନା ବିଜେପି ସଭାପତି ଗିରଫ

ହାଇଦ୍ରାବାଦ: ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ତଥା ସାଂସଦ ବନ୍ଦୀ ସଞ୍ଜୟ କୁମାରଙ୍କୁ ଏସଏସସି ହିନ୍ଦୀ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତେଲେଙ୍ଗାନା ଗସ୍ତ ପୂର୍ବରୁ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ସଞ୍ଜୟ କୁମାରଙ୍କୁ କରୀମନଗର ସ୍ଥିତ ତାଙ୍କ ବାସଭବନରୁ ନିଜ ହେପାଜତକୁ ନେଇଥିଲା ପୋଲିସ୍। ପଚରା ଉଚୁରା କରିବାର କିଛି ସମୟ ପରେ ତାଙ୍କୁ ଗିରଫ କରାଯାଇଛି। ତେଲେଙ୍ଗାନା ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବିଜେପିର କର୍ମକର୍ତ୍ତା ସଡକକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ ଆରମ୍ଭ କରି ଦେଇଛନ୍ତି।

ସୂଚନାଯୋଗ୍ୟ, ଓ୍ଵାରଙ୍ଗଲରେ ଏପ୍ରିଲ ୪ରେ ଏସଏସସି ହିନ୍ଦୀ(ସେକେଣ୍ଡାରୀ ସ୍କୁଲ ସାର୍ଟିଫିକେଟ୍) ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଏହାର ଫଟୋ ପୂର୍ବତନ ସାମ୍ବାଦିକ ତଥା ବିଜେପି କାର୍ଯ୍ୟକର୍ତ୍ତା ବୁରାମ ପ୍ରଶାନ୍ତ ସାମାଜିକ ଗଣମାଧ୍ୟମରେ ସେୟାର କରିଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ବିଜେପି ସହ ସଂପୃକ୍ତି ଥିବାରୁ ପୋଲିସ୍ ତେଲେଙ୍ଗାନା ରାଜ୍ୟ ବିଜେପି ସଭାପତି ସଞ୍ଜୟ କୁମାରଙ୍କୁ ଅଟକ ରଖିଥିଲା।

ବନ୍ଦୀଙ୍କ ଗିରଫଦାରୀକୁ ନେଇ ପୋଲିସ୍ ଶୀଘ୍ର ଆନୁଷ୍ଠାନିକ ବିବୃତି ଜାରି କରିବ। ବନ୍ଦୀଙ୍କ ସ୍ଵାସ୍ଥ ପରୀକ୍ଷା ପରେ ଓ୍ଵାରଙ୍ଗଲ କୋର୍ଟରେ ହାଜର କରାଯିବ। ଘଟଣାରେ ପୋଲିସ୍ ଅନ୍ୟ ତିନି ଜଣ ଚାଳକ ଶିବ ଗଣେଶ, ବିଜେପି କାର୍ଯ୍ୟକର୍ତ୍ତା ବୁରାମ ପ୍ରଶାନ୍ତ ଏବଂ ଜଣେ ୧୬ ବର୍ଷୀୟ ନାବାଳକ ବିରୋଧରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଏପ୍ରିଲ ୩ରେ ଏସଏସସିର ଅନ୍ୟ ଏକ ବିଷୟର ପ୍ରଶ୍ନପତ୍ର ମଧ୍ୟ ପ୍ରଘଟ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ