Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହନୁମାନ ଜୟନ୍ତୀ ପାଇଁ ମମତାଙ୍କୁ ହାଇକୋର୍ଟଙ୍କ ସତର୍କବାଣୀ

ପଶ୍ଚିମବଙ୍ଗ: ରାମ ନବମୀ ଅବସରରେ ବେଙ୍ଗଲରେ ଉପୁଜିଥିବା ହିଂସାକୁ ଦୃଷ୍ଟିରେ ରଖି କଲିକତା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସତର୍କ କରାଦେଇଛନ୍ତି। ଆଗକୁ ହନୁମାନ ଜୟନ୍ତୀ ଥିବା ବେଳେ ଏଭଳି ଶୁଭ ଅବସରରେ ପୁଣି ଯେପରି କୌଣସି ହିଂସା ନଉପୁଜିବ ସେଥିପ୍ରତି ଧ୍ୟାନ ଦେବାକୁ ସରକାରଙ୍କୁ କହିଛନ୍ତି କୋର୍ଟ। ଏଥିପାଇଁ ଆବଶ୍ୟକ ହେଲେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ଉପରେ ବିଚାର କରି ରାଜ୍ୟ ସରକାରଙ୍କୁ କେନ୍ଦ୍ର ନିକଟରେ ଆବେଦନ ପାଇଁ ପରାମର୍ଶ ଦେଇଛନ୍ତି। ସୂଚନା ଅନୁଯାୟୀ ରାମନବମୀ ରାଲିବେଳେ ହୁଗୁଳି ଓ ହାଉଡ଼ାରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଢେଲାମାଡ଼, ବ୍ୟାପକ ଭଙ୍ଗାରୁଜା ଓ ଜଳାପୋଡ଼ା ହୋଇଥିଲା।

ଏଥିସହ ଯେଉଁ ଜାଗାରେ ସେକ୍ସନ ୧୪୪ ଲାଗୁ ହୋଇଛି ସେ ସବୁ ସ୍ଥାନରେ ଶୋଭାଯାତ୍ରା ପାଇଁ ଅନୁମତି ନଦେବାକୁ କୋର୍ଟ କହିଛନ୍ତି। ନିକଟରେ ଶିବପୁର ଏବଂ ରିସ୍ରରେ ଘଟିଥିବା ହିଂସା ସମ୍ପର୍କିତ ଏକ ରିପୋର୍ଟ ଟିଏମସି ସରକାର କୋର୍ଟରେ ଦାଖଲ କରିଛନ୍ତି। ଏଥିସହ ହନୁମାନ ଜୟନ୍ତୀକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ରକ୍ଷା ପାଇଁ ସେ କେଉଁ ପଦକ୍ଷେପ ନେଇଛନ୍ତି ତାହା ମଧ୍ୟ କୋର୍ଟଙ୍କୁ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ