Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୋହନା ମୋହତ୍ସବ ରେ ବିଶିଷ୍ଟ କଳାକାରଙ୍କ ଦ୍ଵାରା ପ୍ରଦର୍ଶିତ ହେବ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି:୧୬/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)
ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଥିବା ମୋହନା ମୋହତ୍ସବ ଶେଷ ପର୍ଯ୍ୟାୟରେ। ପ୍ରଥମ ଦିନରେ ସକାଳ ସମୟରେ ମଶାଲ ଶୋଭାଯାତ୍ରା ଆଡମ୍ବର ସହ ଆରମ୍ଭ ହେବାକୁ ଥିବା ବେଳେ ଉତ୍ସବ ସ୍ଥଳ ଆଡମ୍ବର ସହ ସାଜସଜ୍ଜା ହୋଇଥିବା ଦେଖିବାକୁ ମିଳୁଛି। ଏଥିରେ ଅଞ୍ଚଳ ବାସି ପୂର୍ଣ୍ଣ ସହଯୋଗ କରିବା ନିମନ୍ତେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ହଳଧର ଶବର ଅନୁରୋଧ କରିବା ସହ ଅଞ୍ଚଳରେ ଥିବା ଲୁକ୍କାୟିତ ହୋଇ ରହିଥିବା କଳା ସଙ୍ଗୀତ, ନାଟକ ପ୍ରଭୁତି ପ୍ରତିଭାକୁ ମୋହସ୍ରବ ମଞ୍ଚରେ ଉପସ୍ଥାପନ କରିବାର ସୁଯୋଗ ପାଇବା ସହ ଓଡ଼ିଶାର ସୁନାମ ଧନ୍ୟ କଳାକାରଙ୍କ ପ୍ରତିଭା ଗୁଡ଼ିକ ଦେଖି ଉପଭୋଗ କରିବା ନିମନ୍ତେ ବିଡିଓ ଶ୍ରୀ ଶବର ଆମନ୍ତ୍ରଣ କରିଛନ୍ତି। ସେହିପରି ଦ୍ୱିତୀୟ ଦିନରେ ମଧ୍ୟ ବିଭିନ୍ନ କଳାକାରଙ୍କ କଳା ପ୍ରଦର୍ଶନ ହେବା ସ୍ଥିର ହୋଇଛି ଏହି ସବୁ କାର୍ଯ୍ୟକ୍ରମରେ ସହଯୋଗ ନିମନ୍ତେ ବିଡିଓ ହଳଧର ଶବର ଅନୁରୋଧ କରିଛନ୍ତି।ଗଜପତି ଜିଲ୍ଲା ମୋହନା ବ୍ଲକରେ ୧୭ ଓ ୧୮ ତାରିଖ ଦୁଇଦିନ ଆଡମ୍ବର ସହ ମୋହନା ମୋହଉତ୍ସବ ଅନୁଷ୍ଠିତ ହେବ। ଏହି ମଶାଲ ଶୋଭାଯାତ୍ରାରେ ସ୍ଥାନୀୟ ବାସିନ୍ଦା ସହ ରାଜନେତା, ବ୍ଲକ ଅଧ୍ୟକ୍ଷ, ଉପାଧକ୍ଷା, ସରପଞ୍ଚ, ସମିତି ସଭ୍ୟା ଓ ସଭ୍ୟ, ସରକାରୀ ଓ ବେସରକାରୀ
ଅଧିକାରୀ, ବଣିକ ସଂଘ, ସାମ୍ବାଦିକ ସଂଘ, ଯୁବକ ସଂଘ, ପୋଲିସ, ସ୍ଵାସ୍ଥ୍ୟ ବିଭାଗ ସହ ସମସ୍ତ ସମାଜ ସେବୀ ଏହି ମଶାଲ ଶୋଭାଯାତ୍ରାରେ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି। ମୋହନା ମୋହଉତ୍ସବ ଆଡମ୍ବର ସହ ହେବାକୁ ଯାଉଛି ଏହାର ସୁଯୋଗ ନେବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ପ୍ରତି ଦୃଷ୍ଟି ଦେଇ ଉପଭୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି। ଏହି ଉତ୍ସବରେ ବିଶିଷ୍ଟ ଗାୟକ ଗାୟିକା ଭାବେ ସତ୍ୟଜିତ ପ୍ରଧାନ, ଦୀପ୍ତି ରେଖା ପାଢ଼ୀ, ଡ. ଚନ୍ଦନ ଗନ୍ତାୟତ, ବିଚିତ୍ରା, ସୌରିନ, ଶିଳ୍ପୀ, ଶ୍ରୀକାନ୍ତ କୁମାର ପ୍ରମୁଖ ବିଭିନ୍ନ ସିନେମା ରେ କଣ୍ଠଦାନ କରି ସୁନାମ ଅର୍ଜନ କରିଥିବା ବେଳେ ପାୟଲ ଘୋଷିକା ଭାବେ ଯୋଗଦେଇ ଦର୍ଶକଙ୍କୁ ଆପ୍ୟାୟିତ କରିବେ ବୋଲି ବିଭାଗ ସୂତ୍ରରୁ ପ୍ରକାଶ।

More Stories