ପାରଳାଖେମୁଣ୍ଡି:୧୯/୧୨ (ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଳା ମୋହନା ମହୋତ୍ସବରେ ପ୍ରଥମ ଓ ଦ୍ଵିତୀୟ ଦିନରେ ସ୍ଥାନୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବହୁ ବରିଷ୍ଟ ଗାୟିକାଙ୍କ ଗୀତ ଦର୍ଶକଙ୍କୁ ଶୀତୁଆ ରାତିରେ ବାନ୍ଧି ରଖିଥିଲେ।ଏହି କାର୍ଯ୍ୟକ୍ରମରେ ଘୋସିକା ଭାବେ ପାୟଲ ମଞ୍ଚ ପରିଚାଳନା କରିଥିଲେ। ଆଜି ଉତ୍ସବର ଦ୍ୱିତୀୟ ଦିନରେ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ବ୍ଲକ ଉପାଧ୍ୟକ୍ଷ ବାଲ୍ମୀନା ଅଧିକାରୀ,ଜିଲ୍ଲା ପରିଷଦ ସଦସ୍ୟ ସୁନିଲ ବିଷୋୟୀ ଓ ଚନ୍ଦ୍ର କୁମାର ମଳିକଙ୍କ ସହ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ହଳଧର ଶବର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ପ୍ରଥମ ଦିନରେ ମଶାଲ ଶୋଭାଯାତ୍ରାରେ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ମଶାଲ ଟି ଧରି ସହର ପରିକ୍ରମା କରି ଉତ୍ସବ ସ୍ଥଳ କୁ ବିରାଟ ପଟୁଆରରେ ଯାଇଥିଲେ। ଏହି ଶୋଭାଯାତ୍ରାରେ ବିଡିଓ ହଳଧର ଶବର, ତହସିଲଦାର ହରିଶ୍ଚନ୍ଦ୍ର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁହିଁଙ୍କ ସହ ସ୍ଥାନୀୟ ବଣିକ ସଙ୍ଗ, ଯୁବକ ସଂଘ, ସାମ୍ବାଦିକ ସଂଘ, ଶିଶୁ ବିକାଶ ବିଭାଗ, ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ସମେତ ଅଧ୍ୟାପକ, ମହିଳା ସଙ୍ଗ, ସ୍ବେଛାସେବୀ ସଂଘ, ଓକିଲ ସଂଘ ଙ୍କ ସମେତ ବହୁ ବୁଦ୍ଧି ଯିବି ମଶାଲ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ।ପ୍ରଥମ ଦିନରେ ସକାଳ ସମୟରେ ମଶାଲ ଶୋଭାଯାତ୍ରା ଆଡମ୍ବର ସହ ଆରମ୍ଭ ହେବାକୁ ଥିବା ବେଳେ ଉତ୍ସବ ସ୍ଥଳ ଆଡମ୍ବର ସହ ସାଜସଜ୍ଜା ହୋଇଥିବା ଦେଖିବାକୁ ମିଳୁଛି। ଏଥିରେ ଅଞ୍ଚଳ ବାସି ପୂର୍ଣ୍ଣ ସହଯୋଗ କରିଥିବାରୁ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ହଳଧର ଶବର ଅଞ୍ଚଳ ବାସି ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଅଞ୍ଚଳରେ ଥିବା ଲୁକ୍କାୟିତ ପ୍ରତିଭା ସହ ଓଡ଼ିଶାର ସୁନାମ ଧନ୍ୟ କଳାକାରଙ୍କ ପ୍ରତିଭା ଗୁଡ଼ିକ ଦେଖିବାକୁ ମିଳିଥିଲା। ଏବଂ ଏହି ଗୁଡ଼ିକୁ ଉପଭୋଗ କରିଥିଲେ। ବିଡିଓ ଶ୍ରୀ ଶବର ଆମନ୍ତ୍ରଣ ରକ୍ଷା କରି ସମସ୍ତେ ସହଯୋଗ କରିଥିବାରୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ଦ୍ୱିତୀୟ ଦିନରେ ମଧ୍ୟ ବିଭିନ୍ନ କଳାକାରଙ୍କ କଳା ପ୍ରଦର୍ଶନ ହୋଇଛି ଏହି ସବୁ କାର୍ଯ୍ୟକ୍ରମରେ ସହଯୋଗ ବିଡିଓ ହଳଧର ଶବର ଅନୁରୋଧ କରିଛନ୍ତି।
ଗଜପତି ଜିଲ୍ଲା ମୋହନା ବ୍ଲକରେ ୧୭ ଓ ୧୮ ତାରିଖ ଦୁଇଦିନ ଆଡମ୍ବର ସହ ମୋହନା ମୋହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ସ୍ଥାନୀୟ ବାସିନ୍ଦା ସହ ରାଜନେତା, ବ୍ଲକ ଅଧ୍ୟକ୍ଷ, ଉପାଧକ୍ଷା, ସରପଞ୍ଚ, ସମିତି ସଭ୍ୟା ଓ ସଭ୍ୟ, ସରକାରୀ ଓ ବେସରକାରୀଅଧିକାରୀ, ବଣିକ ସଂଘ, ସାମ୍ବାଦିକ ସଂଘ, ଯୁବକ ସଂଘ, ପୋଲିସ, ସ୍ଵାସ୍ଥ୍ୟ ବିଭାଗ ସହ ସମସ୍ତ ସମାଜ ସେବୀ ଏହି ମଶାଲ ଶୋଭାଯାତ୍ରାରେ ସହଯୋଗ ନିମନ୍ତେ ଅନୁରୋଧ କରିଛନ୍ତି। ମୋହନା ମୋହଉତ୍ସବ ଆଡମ୍ବର ସହ ହୋଇଛି। ଦୁର୍ଗମ ଅଞ୍ଚଳରେ ଏହି କାର୍ଯ୍ୟକ୍ରମର ସୁଯୋଗ ନେବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ପ୍ରତି ଦୃଷ୍ଟି ଦେଇ ଉପଭୋଗ କରିଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି। ଏଥି ସଙ୍ଗେ ମୋହନା ବଜାର ମଧ୍ୟରେ ଥିବା ଗଜପତି ମହାରାଜା ଙ୍କ ପ୍ରତିମୂର୍ତ୍ତି ରେ ଅଧ୍ୟକ୍ଷ ଙ୍କ ସମେତ ବିଡିଓ ପ୍ରଭୁତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅଞ୍ଚଳ ବାସି ବିଡିଓ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ ଉଚ୍ଛ କୋଟିର ହୋଇଥିବାରୁ ଅଞ୍ଚଳ ବାସି କୃତଜ୍ଞତା ସହ ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ଉତ୍ସବର ଦ୍ୱିତୀୟ ସଂଧ୍ୟା ରେ ଗଜପତି ଜିଲ୍ଲା ଉନ୍ନୟନ ଅଧିକାରୀ, ଗୁମ୍ମା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ, ଆସ୍କା ଚିନି ଶିଳ୍ପ ର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଏବଂ ବିଡିଓ ହଳଧର ଶବର ଅତିଥି କଳାକାର ଙ୍କୁ ଏବଂ ମୋହନା ସାମ୍ବାଦିକ ସଂଘଙ୍କୁଉପଢୌକନ ଦେଇ ସମ୍ମାନିତ କରିଥିଲେ। ଦୁଇ ଦିନିକ ମହୋଉତ୍ସବରେ ବ୍ଲକର ସମସ୍ତ କର୍ମଚାରୀ ସୁ ପରିଚାଳନା କରିଥିଲେ।