Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋତମୁଣ୍ଡା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉଦଘାଟିତ।।

କୋକସରା:୨୧/୧୨ କୋକସରା ବ୍ଲକ ଗୋତୋମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଛାତ୍ରୀଙ୍କ କ୍ରୀଡା ପ୍ରତିଭାର ବିକାଶ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସର୍ବ ପ୍ରଥମେ ଗୋତମୁଣ୍ଡା ର ଅଧିଷ୍ଠାତ୍ରୀ ଦେବୀ ମା ସର୍ବମଙ୍ଗଳା ଘାଟିମୁଣ୍ଡିଆଣୀଙ୍କ ଶକ୍ତିପୀଠ ରୁ ଏକ ଭବ୍ୟ ମଶାଲ ଶୋଭାଯାତ୍ରା ବାହାର କରି ବିଦ୍ୟାଳୟ ଖେଳପଡିଆ ପର୍ଯ୍ୟନ୍ତ ଅଣାଯାଇଥିଲା। ଉକ୍ତ ବାର୍ଷିକ କ୍ରୀଡା ଉତ୍ସବକୁ।ଆମପାଣି ଜୋନ ୧ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ କୁଲେରଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ପାଢ଼ୀ, ସାନପୋଡ଼ାଗୁଡା ସିଆରସିସି ଅଜୟ କୁମାର ମାଝୀ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କ୍ଷମାନିଧି ମାଝୀ, ଅଞ୍ଚଳର ବରିଷ୍ଠ ସମାଜ ସେବୀ ପୂର୍ଣ୍ଣଚନ୍ଦ୍ର ନାଏକ, ବଳରାମ ମାଝୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମନୋଜ କୁମାର ମାଝୀ ସଭାପତିତ୍ବ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟରେ ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆ ମଞ୍ଚ ପରିଚାଳନା କରିଥିଲେ। କ୍ରୀଡା ଉତ୍ସବ ରେ ବିଦ୍ୟାଳୟର ଖେଳ ଶିକ୍ଷକ ଜିତାମିତ୍ର ମାଝୀ ପରିଚାଳନା କରିଥିଲେ ଓ ତାଙ୍କୁ ବିଦ୍ୟାଳୟର ଶିକ୍ଷକ ଜୟକିଶନ ମେହେର ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତପନ ମାଝୀ, ଅରୁଣ କୁମାର ନାଏକ, ବଳରାମ ସେଠୀ, ଶଙ୍କର ବେହେରା, ମିଳନ କୁମାର ରାଉଳ, ସୌଦାମିନୀ ଦାସ, ଦିପ୍ତିମୟୀ ବାଗ ପୂର୍ଣ୍ଣ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ