Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିଆଁ ଲାଗି ଜଳିଗଲା ୭ ଏକର ଜମିର ଧାନ

କଳାହାଣ୍ଡି,୨୨/୧୨-କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ତେନ୍ତୁଳିଖୁଣ୍ଟି ଗାଁରେ ନିଆଁ ଲାଗି ଖଳାରେ ବିଡା ବାନ୍ଧି ରଖାଯାଇଥିବା ଧାନ ଖାରି ସମ୍ପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଛି। ତେନ୍ତୁଳିଖୁଣ୍ଟି ଗାଁର ଝସକେତନ ଦୁର୍ଗା ଏବଂ ଫକିର ଦୁର୍ଗା ଦୁଇଭାଇଙ୍କ ୭ ଏକର ଜମିର ଧାନ ଅମଳକରି ଖଳାରେ ବିଡା ବାନ୍ଧି ରଖିଥିଲେ। ଅଚାନକ ଏଥିରେ ନିଆଁ ଲାଗି ୮୦ ପ୍ରତିଶତ ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଏ ସମ୍ପର୍କରେ ଖବର ପାଇ କଲମପୁର ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି। ଘଟଣାସ୍ଥଳରେ ହାରାମାଲ ରାଜସ୍ବ ନିରୀକ୍ଷକ ସୁଭଦ୍ରା ନାଏକ ମଧ୍ୟ ପହଞ୍ଚି କ୍ଷୟକ୍ଷତିର ପ୍ରାଥମିକ ଆକଳନ କରିଥିବା ଜଣାପଡିଛି ।