Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନାଗଡ଼ ଥାନାଂଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ପୀଡ଼ିତାଙ୍କୁ ଭେଟିଲେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କର୍ମକର୍ତା

କଳାହାଣ୍ଡି,୨୩ା୧୨-ଲକ୍ଷ୍ମୀ ପୂଜା ଦେଖିବାକୁ ନିଜର ସଂପର୍କୀୟଙ୍କ ଘରକୁ ଯାଇଥିବାବେଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନାଂଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ତେବେ ଏହି ଲଜ୍ଜାଜନକ ଘଟଣା ପରେ ପୀଡିତାଙ୍କୁ ମରିଗଲା ବୋଲି ଏକ ନାଳକଡେ ଫିଙ୍ଗିଦେଇ ଅଭିଯୁକ୍ତମାନେ ପଳାଇ ଯାଇଥିବାବେଳେ ଅତ୍ୟନ୍ତ ସଙ୍କଟାପନ୍ନ ସ୍ଥିତିରେ ନାବାଳିକାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଛି। ଘଟଣାର ତିନିଦିନ ପରେ ଆଜି ନାବାଳିକାଙ୍କ ଚେତା ଫେରିବା ପରେ ଘଟଣାଟି ସାମ୍ନାକୁ ଆସିଛି। ତେବେ ଝିଅର ଏପରି ଅବସ୍ଥା ଦେଖି ମ୍ରିୟମାଣ ହୋଇ ପଡିଥିବା ପରିବାରବର୍ଗ ଚାପଗ୍ରସ୍ତ ଅବସ୍ଥାରେ ଥିବା ଜଣାପଡିଛି। ବର୍ତମାନ ପର୍ଯ୍ୟନ୍ତ ପୀଡିତା ଜଣକ ହସ୍ପିଟାଲରେ ଜୀବନ ସହିତ ସଂଘର୍ଷ କରୁଥିବାବେଳେ ପୀଡିତାଙ୍କ ପରିବାର ସହିତ ସାକ୍ଷାତ ଓ ଆଲୋଚନା କରିବା ପରେ ପୁଲିସକୁ ସଠିକ୍ ଦିଗରେ ତଦନ୍ତ କରିବା ପାଇଁ ଦାବି କରିଛି ଓଡିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ। ଫେଡେରେସନର କାର୍ଯ୍ୟକାରୀ ସଭାନେତ୍ରୀ ରମଣୀ ଦୁରିଆ, ଉପଦେଷ୍ଟା ଏସ୍‌. ସୁଜାତା, ପଂଚାୟତିରାଜ ବିଭାଗ ମୁଖ୍ୟ କବିତା ବାଗଙ୍କ ନେତୃତ୍ୱରେ ଫେଡେରେସନର ମହାସଚିବ ସୂର୍ଯ୍ୟ ନାରାୟଣ କୁମାର, ଯୁବ ବିଭାଗ ଧର୍ମଗଡ ଉପଖଣ୍ଡ ମୁଖ୍ୟ ଢଗ ନାଏକ, ଭବାନୀପାଟଣା ନଗର ସଭାପତି ପୃଥ୍ୱୀରାଜ ଛତ୍ରିଆ, ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ ସୁଶୀଲ କୁମାର ବାଗ, ଯୁବରାଜ ବାଗଙ୍କୁ ନେଇ ଏକ ପ୍ରତିନିଧି ଦଳ ପୀଡିତାଙ୍କ ପରିବାରବର୍ଗଙ୍କ ସହିତ ଆଲୋଚନା କରିଛନ୍ତି। ସେହିପରି ଜୁନାଗଡ ପୁଲିସକୁ ମାମଲାଟିର ପୁଙ୍ଖାନୁପୁଙ୍ଖ ତଦନ୍ତ ସହିତ ଏହି ଘଟଣାରେ ଏକାଧିକ ଲୋକଙ୍କ ସଂପୃକ୍ତ ଥିବା ଅଭିଯୋଗ ହେଉଥିବାରୁ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି ଆଇନ ଅନୁଯାୟୀ କଠୋର ଦଣ୍ଡ ଦେବାକୁ ଫେଡେରେସନ ଦାବି କରିବା ସହିତ ପୀଡିତାକୁ ନ୍ୟାୟ ନମିଳିଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ