Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିର ପ୍ରତିଷ୍ଠା ଦିବସ: ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର :ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଉପଲକ୍ଷେ ବୁର୍ଲାସ୍ଥିତ ଜ୍ୟୋତିବିହାର ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା I ଓଡ଼ିଆ ସ୍ୱାଭିମାନର ପ୍ରତୀକ ତଥା ନୂତନ ଓଡ଼ିଶାର ବିନ୍ଧାଣି ବିଜୁବାବୁଙ୍କ ଜୀବନୀ ଉପରେ ଉପସ୍ଥିତ ଅତିଥି ମାନେ ସୃତି ଚାରଣ କରିଥିଲେ I 26 ବର୍ଷର ବିଜୁ ଜନତା ଦଳର ସଫଳ ଯାତ୍ରା ଓଡିଶା ବାସୀ ଙ୍କ ଭଲ ପାଇବା ଆମକୁ  ବିକାଶ ର ସଫଳତା କୁ ଶୀର୍ଷ ସ୍ତରକୁ  ନେବା ପାଇଁ ପ୍ରେରିତ କରୁଛି I ଏହି ପ୍ରତିଷ୍ଠା ଦିବସରେ ମହାପ୍ରଭୁ ଜଗନ୍ନାଥ ଙ୍କ କରୁଣାରୁ ସମସ୍ତଙ୍କ ପାଇଁ ମଙ୍ଗଳ ମୟ ହେଉ ଏତିକି କାମନା I ଏହି ଭାବପୂର୍ଣ୍ଣ ମୁହୂର୍ତ୍ତରେ ଅତିଥିଭାବେ ଜିଲ୍ଲା ସଭାପତି ଇଂ ରୋହିତ ପୁଝାରୀ, ରାଜ୍ୟ ସାଧାରଣ ସମ୍ପାଦକ ଇଂ ସିଦ୍ଧାର୍ଥ ଦାସ, ମହାନଗର ସଭାପତି ସତୀଶ ବିଶି, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ଜିଲ୍ଲା ଉପ ସଭାପତି ଦେବାଶିଷ ନନ୍ଦ, ଅଶୋକ  ମହାକୁର, ସୁମନ୍ତ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ଦାସ, ଜିଲ୍ଲା ସଂପାଦକ ତରଣୀସେନ ଚାନ୍ଦ, ବିଭୀଷଣ ଭୀଷର, ଯୁବ ଜୋନ ସାଧାରଣ ସମ୍ପାଦକ ରମାକାନ୍ତ ସାହୁ, ମହିଳା ରାଜ୍ୟ ସାଧାରଣ ସମ୍ପାଦକ ମିତାଲି ସାହୁ, ଅନିତା ନାୟକ, ମହିଳା ମହାନଗର ଉପ ସଭାପତି ଶାନ୍ତିଲତା ସ୍ୱାଇଁ, ଯୁବ ମହାନଗର ସଭାପତି ନିଶାନ୍ତ ବହିଦାର, ଜିଲ୍ଲା ଯୁବ ଉପ ସଭାପତି ଅମିତାଭ  ପରିଡା,ବରିଷ୍ଠ ନେତା ଶଙ୍କର ପ୍ରସାଦ,ଅଶୋକ ସାମଲ, ପୂର୍ବତନ ଉପ ନଗରପାଳ ଦେବେନ୍ଦ୍ର ପ୍ରଧାନ, ପୂର୍ବତନ ଟାଉନ ସଭାପତି ସଞ୍ଜୟ  ଗୌଡ଼,ଅଶ୍ୱିନୀ ପାଢ଼ୀ, କାଳିଆ କୁସୁମ, ଲିଙ୍ଗରାଜ ତ୍ରିପାଠୀ,ବାପି ପଣ୍ଡା,ରାମେଶ୍ୱର ସିଂ, ରିଙ୍କୁ ମାଝୀ,ଲଳିତ  ଲୁହା, ବାବୁଲୁ କାଦରୀ, ତ୍ରିଲୋଚନ  ପ୍ରଧାନ, ସୂର୍ଯ୍ୟକାନ୍ତ ସ୍ୱାଇଁ, ପ୍ରଶାନ୍ତ ନାୟକ,ଆନନ୍ଦ ରଣବଂଶୀ, ଦିଲ୍ଲୀପ ବିଶ୍ୱାଳ, ଜିତୁ ଲାମା, ତ୍ରିଲୋଚନ ସିଂ,ଜଗଜିତ  ସିଂ, ଦୀପକ ପ୍ରଧାନ, ନଗି  ମହାନନ୍ଦ,ଦିଲ୍ଲୀପ ଜେନା, ସଂଜୀବ  କର,ଯୋଗଦେଇ ଆଗାମୀ ଦିନରେ ବିଜୁ ବାବୁଙ୍କ ସ୍ୱପ୍ନର ଓଡିଶା ପରିକଳ୍ପନାକୁ ବାସ୍ତବ ରୂପରେ ସଫଳ କରିବl ପାଇଁ ଶପଥ ନେଇଥିଲେ I ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନେକ ବିଜୁପ୍ରେମୀ ମଧ୍ୟ୍ୟ ସାମିଲ ହୋଇଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ