Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଡୋଲା ପଞ୍ଚାୟତରେ “ସ୍ୱଚ୍ଛତା ହିଁ ସେବା “କାର୍ଯ୍ୟକ୍ରମ

ଚିପିଲିମା,”ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅବସରରେ ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କାର୍ଡୋଲା ପଞ୍ଚାୟତ ସ୍ଥିତ ଚିପିଲିମା ମାଁ ଘଣ୍ଟେଶ୍ଵରୀ ପର୍ଯ୍ୟଟକ ପାର୍କିଂ ସ୍ଥଳରେ କର୍ଡୋଲା ଗ୍ରାମ ପଞ୍ଚାୟତ ପକ୍ଷରୁ ସରପଞ୍ଚ ଗୋରେଖ ରାଉତଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏପରି ଏକ ମହାନ କାର୍ଯ୍ୟରେ ଧନକଉଡ଼ା ବ୍ଲକ ଯୋନ ୨ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁଦର୍ଶନ ହରିପାଲ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଉଦ୍ଧବ ବାରିକ,ବସନ୍ତପୁର ପଞ୍ଚାୟତ ସମିତି ସଭ୍ୟ ବଳରାମ ପ୍ରଧାନ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଣି ଆରତୀ ସାହୁ,ବ୍ଲକ୍ ରୁ ଶ୍ରୀ ଶଙ୍କର ଭାଈ,ନାଏଵ ସରପଞ୍ଚ ପ୍ରଭାତୀ ସାମଲ, ସ୍ବାସ୍ଥ୍ୟ ବିଭାଗ ସିଏଚଓ ମେଡାମ,ସମସ୍ତ ୱାର୍ଡ଼ ମେମ୍ବର, ଆଶା କର୍ମୀ,ସିଆରପି, ଏସଏଚଜି ମହିଳା ଏବଂ ସାମାଜିକ କର୍ମୀ ଅନିଲ ସାମଲ,ଦେବାଶିଷ ପଣ୍ଡା, କାମରାଜୁ , ରବିନାରାୟଣ ନାୟକ, ଲୋକନାଥ ମେହେର ,ପ୍ରକାଶ ଥପା ପ୍ରମୁଖ ଆଦି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ଏପରି ଏକ ମହାନ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଥିବାବେଳେ,ଏପରି ସଫେଇ କାର୍ଯ୍ୟକ୍ରମ ସହ ସଚେତନତା କାର୍ଯ୍ୟକ୍ରମ ପ୍ରତି ଗାଁ ଗାଁ ରେ ହେଲେ ଏହି କାର୍ଯ୍ୟକ୍ରମ ପୂର୍ଣ୍ଣ ସଫଳ ହୋଇପାରିବ ବୋଲି ବୁଦ୍ଧିଯିବି ମହଲରେ ମତ ପ୍ରକାଶ ପାଇଛି।