Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଜନଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି,୦୧/୦୧-କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଏଵଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଶିବିରରେ ୩୬ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୦ଟି ବ୍ୟକ୍ତିଗତ ସମସ୍ୟା ଓ ୦୬ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ବଳିତ ଅଭିଯୋଗ ଥିଲା। ୦୬ଟି ଅଭିଯୋଗର ସମାଧାନ ତତକ୍ଷଣାତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଜଣଙ୍କୁ ସହାୟତା ମଞ୍ଜୁର କରାଯାଇଥିଲା।ସଦର ବ୍ଲକର ରିଷିଗାଁ ପଞ୍ଚାୟତର ତପସ୍ଵିନୀ ବାଗଙ୍କୁ ୫୦୦୦ ଟଙ୍କା ଏବଂ ନୀଲାଦେଇଙ୍କୁ ୨୦୦୦ ଟଙ୍କା, କୋକସରା ବ୍ଲକ ଆମପାଣିର ବୈଜୟନ୍ତୀ ସୁନାଙ୍କୁ ୫୦୦୦ ଟଙ୍କା, ଜୁନାଗଡ଼ ବ୍ଲକ ଛୋରିଆଗଡ ଗ୍ରାମର ସଚ୍ଚିଦାନନ୍ଦ ନାଏକଙ୍କୁ ୫୦୦୦ ଟଙ୍କା ସହାୟତା ମଞ୍ଜୁର କରାଯାଇଥିଲା।