Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଜପତି ଗଞ୍ଜାମ ଜିଲ୍ଲା ସୀମାନ୍ତ ତପ୍ତପାଣି ଘାଟିରେ ଓଲଟିଲା ପିକନିକ୍ ବସ୍ ଭିତରେ ଥିଲେ ୬୦ରୁ ଉର୍ଦ୍ଧ୍ବ ଟୁରିଷ୍ଟ

ପାରଳାଖେମୁଣ୍ଡି:୧/୧(ଗରୁଡ଼ ଧ୍ଵଜ ଚୌଧୁରୀ)ପିକନିକ୍‌ ହେଲା କାଳ । ଗଜପତି ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟିରୁ ଓଲଟି ପଡିଲା ଟୁରିଷ୍ଟ ବସ୍ । ଯାଜପୁର ରୁ ଟୁରିଷ୍ଟ ମାନଙ୍କୁ ନେଇ ପିକନିକ ପାଇଁ ଆସିଥିବା ଏକ ଘରୋଇ ବସ୍‌ ପିକନିକ୍ ସାରି ଫେରୁଥିବା ବେଳେ ତପ୍ତପାଣି ଘାଟିରେ ଓଲଟି ପଡିଥିବା ସୂଚନା ମିଳିଛି । ଗଜପତି ଜିଲ୍ଲା ଜିରାଙ୍ଗରୁ ଫେରିବା ବେଳେ ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିରେ ଓଲଟିଲା ଘରୋଇ ବସ ଦୁର୍ଘଟଣା ଫଳରେ ୩୫ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୬ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ବସ୍‌ରେ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ଜଣାପଡିଛି । ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ କୁ ନେଇଥିବା ସୂଚନା ମିଳିଛି |ମିଳିଥିବା ସୂଚନା ଅନୁସାରେ, ଯାଜପୁରରୁ ଟୁରିଷ୍ଟ ଏକ ଘରୋଇ ବସ୍‌ ଯୋଗେ ପିକନିକ୍‌ କରିବାକୁ ଆସିଥିଲେ । ନୂଆଁ ବର୍ଷ ପୂର୍ବରୁ ପିକନିକ ସ୍ଥଳ ତପ୍ତପାଣିରେ ପର୍ଯ୍ୟଟକ ଙ୍କ ବେଶ ଗହଳି ଲାଗିରହିଥିବା ବେଳେ ତପ୍ତପାଣି ଘାଟିରେ ଓଲଟିଛି ଘୋରେଇ ବସ | ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି |ଏହି ଖବର ପାଇ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଘଟଣା ସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ଦିଗପହଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ପ୍ରାଥମିକ ଚିକିତ୍ସା କରାଇ ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ବ୍ରହ୍ମପୁର ପଠାଇବା ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳିଛି।

More Stories