Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନ’ ତରଫରୁ ଶଶିଭୂଷଣ ରଥଙ୍କ ଜୟନ୍ତୀ ପାଳନ ଅବସରରେ ନବୀନ ୱେବ୍ଚଚାନାଲ ଓ କ୍ୟାଲେଣ୍ଡର ଉନ୍ମୋଚିତ

ପାରଳାଖେମୁଣ୍ଡି:୩/୧ (ଗରୁଡ଼ ଧ୍ଵଜ ଚୌଧୁରୀ)ସ୍ଥାନୀୟ ନବୀନ ଭବନ ପରିସରରେ ‘ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ଆନୁକୂଲ୍ୟରେ ସୋମବାର ଓଡ଼ଇା ସାମ୍ବାଦିକତା ଜଗତର ଭୀଷ୍ମ ପିତାମହ ଶଶିଭୂଷଣ ରଥଙ୍କ ଜୟନ୍ତୀ ପାଳନ ସହ ନବୀନ େଓ୍ୱବ୍ ଚେନାଲ ଓ କ୍ୟାଲେଣ୍ଡର ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି ଏହି ଉପଲକ୍ଷେ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱରେ ଅାୟୋଜିତ ସାରସ୍ବତ ସମାବେଶରେ ନବୀନର ସମ୍ପାଦକ ରବି ରଥ ସ୍ବାଗତ ଭାଷଣ ଦେବା ସହ ପୂଜ୍ୟପୂଜା ପରମ୍ପରାକୁ ନବୀନ ଅନୁଷ୍ଠାନ ସବୁବେଳେ ଗୁରୁତ୍ୱ ଦେଇଅାସିଛି ବୋଲି କହିଥିଲେ ଏଥିରେ ମୁଖ୍ୟଅତିଥି ରୂପେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି କର୍ଣ୍ଣେଲ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ସମ୍ମାନିତ ଅତିଥି ରୂପେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ, ମୁଖ୍ୟବକ୍ତା ରୂପେ ସାହିତି୍ୟକ ଇଂ. ଯାମିନୀକାନ୍ତ ଦାସ ପ୍ରମୁଖ ଯୋଗଦେଇ ଶଶିଭୂଷଣ ରଥ ସମ୍ବାଦପତ୍ର ଜଗତର ଉଜ୍ୱଳତମ ନକ୍ଷତ୍ର ଥିଲେ ବୋଲି ପ୍ରକାଶ କରିବା ସହ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶଶିଭୂଷଣଙ୍କ ଅବଦାନକୁ ଓଡ଼ଇା ଜାତି ସବୁଦିନ ପାଇଁ ମନେ ରଖିଥିବ ବୋଲି କହିଥିଲେ ଏହି ଅବସରରେ ଅତିଥିମାନେ ନବୀନର ବାର୍ଷିକ କ୍ୟାଲେଣ୍ଡର-2024 ଓ ନବୀନ େଓ୍ୱବ୍ ଚେନାଲ ଲୋକାର୍ପଣ ସହ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ ‘ବସୁଦୁର୍ଗ ବସୁନ୍ଧରାର ବିଦୁଷୀ ବଧୂ ଶନ୍ନୋଦେବୀ’, କବି ପ୍ରମୋଦ କୁମାର ପଣ୍ଡାଙ୍କ ରଚିତ ‘ଟୁନାଶ୍ରୀ ଉବାଚ’ ଓ ଶିଶୁ ସାହିତି୍ୟକ ରଞ୍ଜନ କୁମାର ବ୍ରହ୍ମାଙ୍କ ରଚିତ ‘ଫୁଲ ଥାଳିଅା’ ପୁସ୍ତକକୁ ଉନ୍ମୋଚନ କରିଥିଲେ
ପୂର୍ବରୁ ଅନୁଷ୍ଠିତ ନବବର୍ଷ କବିତା ପାଠୋତ୍ସବରେ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ଏଥିରେ ଅତିଥି ରୂପେ ପ୍ରଫେସର ଡ଼ମ୍ବରୁଧର ସାହୁ, ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ମହନ୍ତ ହରିହର ଦାସ, କବି ପ୍ରମୋଦ କୁମାର ପଣ୍ଡା, ସମାଜସେବୀ ବଂଶୀଧର ନାହାକ ଓ ରାମକୃଷ୍ଣ ପାତ୍ର, ମଞ୍ଜୁ ରଥ ପ୍ରମୁଖ ମଞ୍ଚାସୀନ ଥିଲେ କବି ରଂଜନ କୁମାର ବ୍ରହ୍ମାଙ୍କ ସଂଯୋଜନାରେ ଶତାଧିକ କବି-କବୟିତ୍ରୀ ସ୍ବରଚିତ ନବବର୍ଷ ଶୀର୍ଷକ କବିତା ପାଠ କରିଥିଲେ ଶେଷରେ ସାମ୍ବାଦିକା ବିଷ୍ଣୁପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମ ପରିଚାଳନାରେ ସୁଶାନ୍ତ କର, ପବିତ୍ର କୁମାର ଚୌଧୁରୀ, ମାନସ ରଂଜନ ତ୍ରିପାଠୀ, ମଧୁସ୍ମିତା ସାହୁ ପ୍ରମୁଖ ସହଯୋଗ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ