Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଉତ୍ସବ ମଶାଲ ଉପକମିଟି ଓ ସାଂସ୍କୃତିକ ଉପ କମିଟିର ସମ୍ମନ୍ବୟ ବୈଠକ ଅନୁଷ୍ଠିତ

କଳାହାଣ୍ଡି,୦୩/୦୧-ଆସନ୍ତା ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ଆଜି ଜିଲ୍ଲା ଯୋଜନା ଓ ସମ୍ମନ୍ବୟ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଉତ୍ସବ ମଶାଲ ଉପକମିଟି ଓ ସାଂସ୍କୃତିକ ଉପକମିଟିର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୋଜନା ଅଧିକାରୀ ଶ୍ରୀକାନ୍ତ ଦଳେଇଙ୍କ ଆବାହକତ୍ବରେ ଆୟୋଜିତ ବୈଠକରେ ମଶାଲ ଉପକମିଟିର ଅଧ୍ୟକ୍ଷ ଡ. ଭବାନୀ ଶଙ୍କର ନିଆଲ ଅଧ୍ୟକ୍ଷତା କରିଥିଲେ। ଏଇ ଅବସରରେ ସାଂସ୍କୃତିକ ଉପକମିଟିର ଆବାହକ ସଞ୍ଜୀବ ସିଂହ, ମଶାଲ ଉପକମିଟିର ଆବାହକ ଯଯାତି ନାୟକଙ୍କ ସମେତ ମଶାଲ ଉପକମିଟିର ସଦସ୍ୟ ଅମିତ କୁମାର ଯାଦବ, ସୁଶୀଲ କୁମାର ବାଗ, ସୂର୍ଯ୍ୟ ନାରାୟଣ କୁମାର, ସମିତା ନାୟକ, ପ୍ରତିଭା ଚୌହାନ, ଉପାସନା ତ୍ରିପାଠୀ, ଜିତେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ଦେବାଦେବୀ ପୀଠରୁ ଆସୁଥିବା ମଶାଲକୁ ସ୍ବାଗତ କରିବା ସହିତ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାରେ ମଶାଲ ସହର ପରିକ୍ରମା କରି ସହିଦ ରେଣ୍ଡୋ ମାଝୀ ମଞ୍ଚରେ ସ୍ଥାପନ କରାଯିବା ନେଇ ଆଲୋଚନା କରାଯାଇଥିଲା। ସେହିପରି କଳାହାଣ୍ଡି ଉତ୍ସବ ଅବସରରେ ଆୟୋଜିତ ହେବାକୁ ଥିବା ରାହାଗିରି ଉପକମିଟିର ବୈଠକ ମଧ୍ୟ ଡ. ଅଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଯୋଜନା ଓ ସମ୍ମନ୍ଵୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।