Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ୨୦୨୪ ପ୍ରକାଶନ

ପାରଳାଖେମୁଣ୍ଡି:୫/୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ୨୦୨୪ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପ୍ରକାଶନ ହୋଇଯାଇଛି l ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ହୋଇଯାଇଛି।ଜିଲ୍ଲାରେ ଭୋଟର ତାଲିକାରେ ସମୁଦାୟ ଭୋଟର ସଂଖ୍ୟା-୪୫୯୨୨୮, ପୁରୁଷ ଭୋଟର ସଂଖ୍ୟା-୨୨୪୪୦୫, ମହିଳା ଭୋଟର ସଂଖ୍ୟା -୨୩୪୭୯୯ ଓ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା -୨୪ ରହିଛନ୍ତି। ସେହିପରି ୧୩୬ – ମୋହନା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା-୨୪୩୫୨୨, ପୁରୁଷ ଭୋଟରସଂଖ୍ୟା-୧୧୮୧୯୩
, ମହିଳା ଭୋଟର ସଂଖ୍ୟା-୧୨୫୩୨୨ ଓ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା-୭ ରହିଛନ୍ତି। ସେହିପରି ୧୩୭- ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା ୨୧୫୭୦୬, ପୁରୁଷ ଭୋଟର ସଂଖ୍ୟା ୧୦୬୨୧୨, ମହିଳା ଭୋଟର ସଂଖ୍ୟା ୧୦୯୪୭୭ ଓ ତୃତୀୟ ଲିଙ୍ଗ ୧୭ ରହିଛନ୍ତି। ସେହିପରି ଜିଲ୍ଲାରେ ଯୁବ ଭୋଟର (୧୮-୧୯ ବର୍ଷ) ଙ୍କ ସଂଖ୍ୟା ୧୨୩୬୩ ଜଣ ରହିଛନ୍ତି ,୮୦ ବର୍ଷ ବୟସରୁ ଅଧିକ ବରିଷ୍ଠ ଭୋଟର ସଂଖ୍ୟା ୬୧୬୬ ଜଣ ରହିଛନ୍ତି ଓ ଜିଲ୍ଲାରେ ସର୍ଭିସ୍ ଭୋଟର ସଂଖ୍ୟା ୪୧୨ ଜଣ ରହିଛନ୍ତି।ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ପରବର୍ତ୍ତୀ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମରେ ନିଜର ନାମକୁ ନୂତନ ଭାବେ ଫର୍ମ -୬ ନାମ ପଞ୍ଜିକରଣ କରିପାରିବେ। ଜିଲ୍ଲାରେ ଥିବା ସମସ୍ତ ସ୍ଵୀକୃତି ପ୍ରାପ୍ତ ରାଜନୈତିକ ଦଳକୁ ଅନୁରୋଧ କରାଯାଉଅଛି ଯେ ସେମାନେ ନିଜ ନିଜ ବୁଥ ସ୍ତରୀୟ ଅଜେଣ୍ଟ ମାନଙ୍କୁ ସମସ୍ତ ୫୭୩ ବୁଥ ରେ ନିୟୋଜିତ କରି ସହଯୋଗ କରିବା ପାଇଁ ଜିଲ୍ଲାପାଳ କହିଥିଲେ। ସେହିପରି ଜିଲ୍ଲାରେ ୫୭୩ ବୁଥ ରହିଥିବା ବେଳେ ୧୩୬- ମୋହନା (ସଂରକ୍ଷିତ) ନିର୍ବାଚନ ମଣ୍ଡଳୀରେ ୨୯୭ ବୁଥ ଓ ୧୩୭- ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୨୭୬ ଗୋଟି ବୁଥ ରହିଅଛି।ଆଜିର ଏହି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ରେ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ,ଡେପୁଟି କଲେକ୍ଟର (ନିର୍ବାଚନ ଶାଖା) ସୁଶ୍ରୀ ତୃପ୍ତିମୟୀ ଜେନା ଓ ଶ୍ରୀ କମଳକାନ୍ତ ପଣ୍ଡା ସହ ବୈଠକରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ତଥା ବିଜୁ ଜନତା ଦଳର ଶ୍ରୀ ଜମିଦାର ପଟ୍ଟନାୟକ, ଭାରତୀୟ ଜନତା ପାର୍ଟ ରୁ ଶ୍ରୀ ବାଳକୃଷ୍ଣ ପାତ୍ର,ଭାରତୀୟ ଜାତୀୟ କଂଗ୍ରେସ ରୁ ଶ୍ରୀ ଇଶ୍ଵର ଚନ୍ଦ୍ର ମାଝୀ ଓ ଆମ ଆଦମୀ ପାର୍ଟି ରୁ ଶ୍ରୀ ଶିଶିର କୁମାର ଭଞ୍ଜସାମନ୍ତ,ସମସ୍ତ ଗଣମାଧ୍ୟମ ପ୍ରତିନିଧି ଓ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l

More Stories