Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁମ୍ମାରେ ସୁଯୋଗ୍ୟ ମେମୋରିଆଲ ଭଲିବଲ ଟୁର୍ଣାମେଣ୍ଟ ଉଦଘାଟିତ,ଉପାନ୍ତ ଅଞ୍ଚଳରେ ଜାତୀୟସ୍ତରର ଖେଳର ପ୍ରତିଯୋଗିତା

ପାରଳାଖେମୁଣ୍ଡି ୫/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଭାରତରେ କ୍ରିକେଟ ପରେ ଭଳିବଲ ଏକ ଲୋକପ୍ରିୟ କ୍ରୀଡ଼ା ହୋଇଥିବା ବେଳେ ଉପାନ୍ତ ଅଞ୍ଚଳରେ ଜାତୀୟସ୍ତରର ଭଳିବଲ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଛି।ସୂଚନାଯୋଗ୍ୟ ଯେ ଗୁମ୍ମା ଗ୍ରାମର ସୁଯୋଗ୍ୟ ସିଂ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଭଳିବଲ ଖେଳାଳି ଭାବେ ଜଣାଶୁଣା ଥିଲେ।ତାଙ୍କ ନାମରେ ଏହି ସୁଯୋଗ୍ୟ ମେମୋରିଆଲ ଭଲିବଲ ଟୁର୍ଣାମେଣ୍ଟ ଆୟୋଜନ କରାଯାଇଛି।ଏହି ଭଳିବଲ ଟୁର୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ,ଏସ୍ଡ଼ିସି ଅଧ୍ୟକ୍ଷା ମୋରୀୟମ ରଈତ,ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ,ପାରଳାଖେମୁଣ୍ଡି ନିର୍ବାଚନ ପର୍ଯ୍ୟବେକ୍ଷକ ଶଶୀଭୂଷଣ ମହାନ୍ତି, ପାରଳାଖେମୁଣ୍ଡି ପରାଧ୍ୟକ୍ଷ ନିର୍ମଳା ସେଠି,ଯୁବ ନେତା ଡ଼ଃ ରୂପେଶ କୁମାର ପାଣିଗ୍ରାହୀ,ଯୁବ ସଭାପତି ଏସ ଲିଙ୍ଗରାଜ, ବରିଷ୍ଠ ବିଜେଡ଼ି ନେତା ଲାଷ୍ମୀ ପରିଛା,ବସନ୍ତ ଦାସ,କାଶୀନଗର ବ୍ଲକ ଅଧ୍ୟକ୍ଷା ବି ସାୟାମା,ବିଜେଡ଼ି କର୍ମୀ ଜନାର୍ଦ୍ଦନ ରାଓ ଓ ମାରୁତ ପାଳ ଉପସ୍ଥିତ ରହି ଟୁର୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ।ଟୁର୍ଣାମେଣ୍ଟରେ ୮ଟି ଦଳ ଭାଗ ନେଇଛନ୍ତି।ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲାର ସାଇ ପାୱାର ୨ ସହିତ ଦାରିଙ୍ଗବାଡି ଖେଳା ଯାଇଥିଲା ଏଥିରେ ଦାରିଙ୍ଗବାଡି ବିଜୟୀ ହୋଇଛି ।ଉପାନ୍ତ ଅଞ୍ଚଳରେ ଜାତୀୟସ୍ତରର ଭଳିବଲ ଟୁର୍ଣାମେଣ୍ଟର ଆୟୋଜିତ କରିଥିବା ଡେଭିଡ଼ି କ୍ଳବର କର୍ମକର୍ତ୍ତାଙ୍କୁ ଅତିଥି ମାନେ ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମକୁ ଡ଼େବିଡ଼ କ୍ଳବ ଆୟଜକ ପ୍ରୀତମ ପାଳ, ସମ୍ବାଦକ ଧର୍ମେନ୍ଦ୍ର ପାଣି,କୋଷାଧ୍ୟକ୍ଷ ମାଇକେଲ ଶାଢଙ୍ଗୀ,ଉପସମ୍ପାଦକ କ୍ଲିଣ୍ଡନ ପାଣି,ସୁବାସୀଷ ଏଡ଼ଲା, ନିରୋଜ ଶାଢଙ୍ଗୀ,ଧ୍ୟାନେସ ଲିମା ଓ ଯୁବ ପୀଢ଼ି ପରିଚାଳନା କରିଥିଲେ।