Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ବଦଳିଲା ଟ୍ବିଟର ଲୋଗୋ; ଫେରିଲା ବ୍ଲୁ ବାର୍ଡ, ହଟିଲା ଡଗି

ନୂଆଦିଲ୍ଲୀ: ମାତ୍ର ୩ ଦିନ ପରେ ପୁଣି ବଦଳିଲା ଟ୍ବିଟର ଲୋଗୋ। ଫେରିଲା ନୀଳ ପକ୍ଷୀ, ହଟିଲା ଡଗି। ଗତ ୪ ତାରିଖରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ଲୋଗୋରୁ ନୀଳ ପକ୍ଷୀକୁ ହଟାଇ ଦିଆଯାଇଥିଲା। ସେହି ସ୍ଥାନରେ ଏକ ଡଗିକୁ ବସାଇ ଦିଆଯାଇଥିଲା। ହେଲେ ଆଜି ପୁଣି ଥରେ ବଦଳିଯାଇଛି ଲୋଗୋ। ପୁଣ ଥରେ ଦେଖିବାକୁ ମିଳିଛି ସେହି ପୁରୁଣା ନୀଳ ପକ୍ଷୀକୁ ।

ମସ୍କ ଗତ ଫେବୃଆରୀରେ ଏକ ଡଗିର ଫଟୋ ସେୟାର କରିଥିଲେ ଏବଂ ଏହାକୁ ବେଶ ଚମତ୍କାର ବୋଲି କହିଥିଲେ। ସେବେଠାରୁ ଟ୍ୱିଟରରେ କିଛି ବଡ଼ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଥିଲା। ଏହାପରେ ହଠାତ୍‌ ୪ ତାରିଖ ସକାଳୁ ଟ୍ୱିଟରର ଲୋଗୋ ବଦଳି ଯାଇଥିବା ଦେଖିବାକୁ ମିଳିଥିଲା।

କିଛି ଦିନ ପାଇଁ ଟ୍ୱିଟରର ଲୋଗୋ ବନିଥିବା ଏହି ଡଗିର ନାଁ ହେଉଛି କାବୋସୁ ଏବଂ ଏହା ଏକ ଜାପାନୀ କୁକୁର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ