Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ବଡ଼ଦାଣ୍ଡ ଠାରେ ଭକ୍ତିସଂସଦର ୪୧ତମ ଭଜନ ସମାରୋହ ଅନୁଷ୍ଠିତ

ପାରଳାଖେମୁଣ୍ଡି:୮/୧(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡ଼ଦାଣ୍ଡ ଠାରେ ଭକ୍ତି ସଙ୍ଗୀତ ସଂସଦ, ପାରଳାଖେମୁଣ୍ଡି ଦ୍ଵାରା ୪୧ ତମ ଭଜନ ସମାରୋହ ଜଗନ୍ନାଥ ମନ୍ଦିର ନିକଟସ୍ଥ ରାଜଦାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଦାସଜୀ ଓ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀ ପୂର୍ଣଚନ୍ଦ୍ର ରଥ, ସଭାପତି ଶ୍ରୀ ବସନ୍ତ ଦାଶ, କାର୍ଯ୍ୟକାରୀ ସଭାପତି ଶ୍ରୀ ଇଂ. ତୀର୍ଥବାସୀ ପଣ୍ଡା, ଉପ ସଭାପତି ଶ୍ରୀ ପ୍ରଦୀପ ନାୟକ, ସାଂସ୍କୃତିକ କମିଟି ମୁଖ୍ୟ ଶ୍ରୀ ଭାରତ ଭୂଷଣ ମହାନ୍ତି, ଉତ୍ସଵ ପାଳନ କମିଟି ମୁଖ୍ୟ ଶ୍ରୀ ଗୌରୀ ପ୍ରସାଦ ରଥ ଓ କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ। ଦୀର୍ଘ ୪୧ ବର୍ଷ ଧରି ଏହି ପୁରାତନ ଅନୁଷ୍ଠାନ ଭଜନ ସମାରୋହ କରିଆସୁଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଭୁବନେଶ୍ୱରରୁ ଆସିଥିବା ଖ୍ୟାତନାମା କଣ୍ଠଶିଳ୍ପୀ ଶ୍ରୀ ପ୍ରଶାନ୍ତ ପାଢ଼ୀ, ଶ୍ରୀ ବିଷ୍ଣୁ ମୋହନ କବି, ସୁଶ୍ରୀ ରଶ୍ମି ଓ ସ୍ଥାନୀୟ କଣ୍ଠଶିଳ୍ପୀ ସୁଶ୍ରୀ ଅମୃତା ପୁରୋହିତ, ସୁଶ୍ରୀ ସ୍ପନ୍ଦନା ପଣ୍ଡା,ସ୍ନେହାଶିଷ ନାୟକ ପ୍ରମୁଖ ଅତି ସୁନ୍ଦର ଭାବରେ ଭଜନ ପରିବେଷଣ କରି ଜନସାଧାରଣଙ୍କ ମନ ମୋହିଥିଲେ। ପ୍ରାର୍ଥନା ଚ୍ୟାନେଲର ବାଦ୍ୟଶିଳ୍ପୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ମନୋଜ କୁମାର ପାଢ଼ୀ ଓ ଗୌରୀ ପ୍ରସାଦ ରଥ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ବ୍ଲକ ଅନ୍ତର୍ଗତ ତାରମାଳ ଗ୍ରାମରେ ଗୁହାଳରେ ବଳଦବାନ୍ଧୁଥିବା ବେଳେ ବଜ୍ରାଘାତ, ବୃଦ୍ଧ ଓ ବଳଦ ମୃତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତରାମାଳ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରବଳ ବର୍ଷା ସହ ବଜ୍ରପାତ ଯୋଗୁଁ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ତାଙ୍କ ବଳଦର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ହେଲେ ତରାମାଳ ଗ୍ରାମର ଜାବି ମଳିକ। ସୂଚନା ଅନୁଯାୟୀ, ଅପରାହ୍ନରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘନ ଘନ ବଜ୍ରପାତ ହେଉଥିଲା। ପ୍ରତିଦିନ ଭଳି ଜାବି ମଳିକ ଗୋରୁ ଚରାଇ ଘରକୁ ଫେରିଥିଲେ। ବର୍ଷା ବଢ଼ିବାରୁ ସେ ନିଜ ବଳଦକୁ ଗୁହାଳରେ ବାନ୍ଧୁଥିବା ବେଳେ ହଠାତ୍ ଏକ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ବୃଦ୍ଧ ଓ ବଳଦ ଗୁରୁତର ଭାବେ ପ୍ରଭାବିତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଦୌଡ଼ି ଆସିଥିଲେ। ସେମାନେ ବୃଦ୍ଧ ଓ ବଳଦକୁ ନିଷ୍ପ୍ରାଣ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଖବର ପାଇ ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିବା ବେଳେ ବାର୍ତ୍ତା ଲେଖାହେବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।