Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀ ମୋଦୀଙ୍କ କମ ପାଠପଢା ଦେଶ ପାଇଁ ବିପଦଜ୍ଜନକ, ଜେଲରୁ ଦେଶ ନାମରେ ସିସୋଦିଆଙ୍କ ଚିଠି

ନୂଆଦିଲ୍ଲୀ: ଜେଲ୍ ଭିତରୁ ଦେଶ ନାମରେ ଚିଠି ଲେଖିଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି ଲେଖିଛନ୍ତି, କମ ଶିକ୍ଷିତ ପ୍ରଧାନମନ୍ତ୍ରୀ ଦେଶ ପାଇଁ ବହୁତ ବିପଦଜ୍ଜନକ। ଏହି ଚିଠିକୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ନିଜର ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି।

ମନୀଷ ସିସୋଦିଆ ଲେଖିଛନ୍ତି, ଗତ କିଛି ବର୍ଷରେ ଦେଶରେ ୬୦ ହଜାର ସ୍କୁଲ ବନ୍ଦ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ନା ବିଜ୍ଞାନର ଭାଷା ବୁଝି ପାରୁ ନାହାନ୍ତି ଏବଂ ନା ସେ ଶିକ୍ଷାର ମହତ୍ଵ ବୁଝି ପାରୁଛନ୍ତି। ତେଣୁ ଭାରତର ବିକାଶ ପାଇଁ ଜଣେ ଉଚ୍ଚ ଶିକ୍ଷିତ ପ୍ରଧାନମନ୍ତ୍ରୀ ରହିବା ଜରୁରୀ।

ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ତାର୍ତ୍ସଲ୍ୟ କରି ସିସୋଦିଆ ଲେଖିଛନ୍ତି, ଆଜି ଆମେ ଏକବିଂଶ ଶତାବ୍ଦୀରେ ପାଦ ଦେଇଛନ୍ତି। ସମଗ୍ର ଦୁନିଆରେ ପ୍ରତିଦିନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ନୂତନ ନୂତନ ଆବିଷ୍କାର ହେଉଛି। ସାରା ଦୁନିଆ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର କଥା କହୁଛି। ଏମିତିରେ ସମୟରେ ଯେବେ ପ୍ରଧାନମନ୍ତ୍ରୀ କହୁଛନ୍ତି ଅପରିଷ୍କାର ଡ୍ରେନରେ ପାଇପ ଲଗାଇ ଏହାର ଦୁର୍ଗନ୍ଧ ଗ୍ୟାସରୁ ଚା ପ୍ରସ୍ତୁତ କରାଯାଇ ପାରିବ। ଏହା ଶୁଣି ମୁଁ ମର୍ମାହତ। କଣ ଡ୍ରେନର ଅପରିଷ୍କାର ପାଣିରୁ ଚା କିମ୍ବା ଖାଦ୍ୟ ପ୍ରସ୍ତୁତ କରାଯାଇ ପାରିବ।

ଯେବେ ପ୍ରଧାନମନ୍ତ୍ରୀ କହୁଛନ୍ତି ବାଦଲ ଉପରେ ଉଡୁଥିବା ବିମାନକୁ ରାଡାର ଧରି ପାରେ ନାହିଁ, ଏହା ହିଁ ତାଙ୍କୁ ଦୁନିଆରେ ଲୋକହସାର ପାତ୍ର କରୁଛି। ସ୍କୁଲ ଏବଂ କଲେଜର ପିଲାମାନେ ଏହା ଶୁଣି ହସୁଛନ୍ତି। ମୋଦୀଙ୍କ ଏହି ପରି ବୟାନ ଦେଶ ପାଇଁ ବହୁତ ବିପଦଜ୍ଜନକ। ସମଗ୍ର ଦୁନିଆ ଜାଣି ପାରୁଛି ଯେ, ଭାରତ ପ୍ରଧାନମନ୍ତ୍ରୀ କମ ପାଠ ପଢିଛନ୍ତି। ତାଙ୍କୁ ବିଜ୍ଞାନର ମୌଳିକ ଜ୍ଞାନ ବି ଜଣା ନାହିଁ ବୋଲି ସିସୋଦିଆ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ